ତୃତୀୟ ଦିନରେ ରାଜ ରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ

ଭଦ୍ରକ: ଆଜି ତୃତୀୟ ଦିନରେ ମା ଭଦ୍ରକାଳୀ ରାଜ ରାଜେଶ୍ୱରୀ ବେଶରେ ପୂଜା ପାଇଛନ୍ତି । ପ୍ରଥମ ଦିନରେ ମା ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଥିଲେ। ଦ୍ଵିତୀୟ ଦିନରେ ମା ମହାକାଳୀ ବେଶରେ ପୂଜା ପାଇଥିବା ବେଳେ ଆଜି ତୃତୀୟ ଦିନରେ ମା ରାଜ ରଜେଶ୍ଵରୀ ବେଶରେ ପୂଜା ପାଇଛନ୍ତି।

ମାଆଙ୍କର ଏହି ପୂଜା ପାଇଁ ଆଜି ସହ ସହ ଭକ୍ତ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବା ସହ ଦୀପ ଦାନ କରିଛନ୍ତି। ମାଆଙ୍କର ଏହି ପୂଜା ପାଇଁ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର