ଭଦ୍ରକ : କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ତୃତୀୟ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ସୋମବାରଦିନ "ରାଜରାଜେଶ୍ବରୀ ବେଶ"ରେ ପୂଜା ପାଉଛନ୍ତି ।
କୋଭିଡ ୧୯ ଯୋଗୁଁ ଭକ୍ତ ମାନଙ୍କ ପାଇଁ ପ୍ରଶାସନ କଟକଣା ଲାଗୁ କରିଛି । ମା' ଗୋଲାପୀ ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ବାଘ ମା'ଙ୍କ ର ବାହନ ଥିବାବେଳେ ମୁଖମଣ୍ଡଳ ପଦ୍ମ ବର୍ଣ୍ଣ ରହିଛି । ହସ୍ତରେ ଖଡ୍ଗ ଓ ଚକ୍ର ଧାରଣ କରି ଚତୁର୍ଭୁଜା ମୂର୍ତ୍ତିରେ ମା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା' ଙ୍କ ର ଏହି ରାଜରାଜେଶ୍ବରୀ ବେଶ କୁ ଦର୍ଶନ କଲେ ଭକ୍ତ ର ସମସ୍ତ କାର୍ଯ୍ୟସିଦ୍ଧି ହୋଇଥାଏ ଏବଂ ଯଶ ଓ ଐଶ୍ବର୍ଯ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-16-at-16.22.33.jpeg)