ରାଜରାଜେଶ୍ବରୀ ବେଶରେ ପୂଜା ପାଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବା ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ତୃତୀୟ  ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସୋମବାରଦିନ “ରାଜରାଜେଶ୍ବରୀ ବେଶ”ରେ ପୂଜା ପାଉଛନ୍ତି ।

କୋଭିଡ ୧୯ ଯୋଗୁଁ ଭକ୍ତ ମାନଙ୍କ ପାଇଁ  ପ୍ରଶାସନ କଟକଣା ଲାଗୁ କରିଛି । ମା’ ଗୋଲାପୀ ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି । ବାଘ ମା’ଙ୍କ ର ବାହନ ଥିବାବେଳେ ମୁଖମଣ୍ଡଳ ପଦ୍ମ ବର୍ଣ୍ଣ ରହିଛି । ହସ୍ତରେ ଖଡ୍ଗ ଓ ଚକ୍ର ଧାରଣ କରି ଚତୁର୍ଭୁଜା  ମୂର୍ତ୍ତିରେ ମା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ ଙ୍କ ର ଏହି ରାଜରାଜେଶ୍ବରୀ ବେଶ କୁ ଦର୍ଶନ କଲେ ଭକ୍ତ ର ସମସ୍ତ କାର୍ଯ୍ୟସିଦ୍ଧି ହୋଇଥାଏ ଏବଂ ଯଶ ଓ ଐଶ୍ବର୍ଯ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ ।

ସମ୍ବନ୍ଧିତ ଖବର