ଭଦ୍ରକ/ରାଣୀତାଲ: ଭଦ୍ରକର ଚରମ୍ପା ଅଞ୍ଚଳର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ, ସଂସ୍କୃତିବିତ୍ ଓ କ୍ରୀଡାବିତ୍ ଭାବରେ ପରିଚିତ
ପ୍ରଫେସର ବିଜୟ କୁମାର ଜେନା(୭୦)ଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି। ସେ ଜଣେ ଅମାୟିକ, ମିଷ୍ଠ ଭାଷୀ, ପରୋପକାରୀ ଦରଦୀ ମଣିଷ ଥିଲେ। ସେ ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି, ସିମୁଳିଆ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ, ଭଦ୍ରକ କ୍ରୀଡ଼ା ଆସୋସିଏସନର ଉପଦେଷ୍ଟା, ଚରମ୍ପା ୟୁନାଇଟେଡ଼ କ୍ଳବର ପୂର୍ବତନ ସମ୍ପାଦକ, ଆଇନଜୀବୀ ତଥା ଜଣେ ସମାଜସେବୀ ଭାବରେ ଭଦ୍ରକ ଜିଲ୍ଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭଦ୍ରକରେ କ୍ରୀଡାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅନେକ ରହିଛି।
ବିଜୟ କୁମାର ଜେନା ଭଦ୍ରକରେ ଏକ ପରିଚିତ ନାମ। ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନର ସଭାପତି ଥିବା ବେଳେ ଗତ ଦୁଇମାସ ତଳେ ହୋଇ ଥିବା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଭାବେ ମନୋନୀତ ହୋଇ ଥିଲେ। ଭଦ୍ରକର ଅନେକ ସଂସ୍କୃତିକ ଅନୁଷ୍ଠାନ ସହ ଜଡିତ, ପରୋପକାରୀ ମଣିଷ ଶ୍ରୀ ଜେନା ଆଜି ସକାଳେ ନିଜ ଫାର୍ମ ହାଉସକୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ଆସୁସ୍ତ ଅନୁଭବ କରିବାରୁ ତାଙ୍କ ସମ୍ପର୍କୀୟ ଭଦ୍ରକ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ! ଖବର ପାଇ ଓଡିଶା କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଧୀରେନ ପଲ୍ଲାଇ, ପୂର୍ବତନ ବିଧାୟକ ନରେନ ପଲ୍ଲାଇ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ସମାଜ ସେବୀ କିଶୋର ମହାପାତ୍ର, କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, କାଉନସିଲର ଦିଲ୍ଲୀପ ନାୟକ, ଆଇନଜୀବୀ ଅତିଶ ବେହେରା, ପ୍ରବୀର ଜେନା, ପ୍ରଦୀପ ବାରିକ, ଆଇନଜୀବୀ ପବନ ଶର୍ମା, ପୂର୍ବତନ ସରପଞ୍ଚ ରତ୍ନାକର ସାମଲ, ରୋଟାରୀୟାନ ଶିଶିର ମିଶ୍ର, ୟୁ ନାଇଟେଡ଼ କ୍ଳବ ସଭାପତି ଵିଶାଲ ଲାଖାନୀ, ସମାଜ ସେବୀ ବିଦ୍ୟାଧର ବାରିକ, ବିଜେପି ନେତା ଅଜୟ ନାୟକ, ଆଇନଜୀବୀ ଗଦାଧର ବଳ, ସମ୍ବାଦର ଜିଲ୍ଲା ପ୍ରତିନିଧି ଡ୍ ହରିହର ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ପ୍ରଫେସର ଅଟଳ ବିହାରୀ ନାୟକ, ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, ଅଧ୍ୟକ୍ଷ ନିହାର କର, ସମାଜସେବୀ ସୁଧାକର ରାଉତ, ସାମ୍ବାଦିକ ତପନ ପଣ୍ଡା, ଭଦ୍ରକ କ୍ରିକେଟ ଆସୋସିଏସନର ପୂର୍ବତନ ସଭାପତି ଉପେନ୍ଦ୍ର ବାରିକ, କୋଷାଧକ୍ଷ ବ୍ୟୋମକେଶ ସେନାପତି ପ୍ରମୁଖ ତାଙ୍କ ଚରମ୍ପା ପଥରଆଡିସ୍ଥିତ ବାସଭବନରେ ପହଁଚି ସ୍ୱର୍ଗତ ଜେନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମୃତ୍ୟୁ ଶଯ୍ୟା ପାଖରେ ପତ୍ନୀ, ପୁତ୍ର ଅନୁରାଗ, ଅନୁପମ, ଭାଇ ଡାକ୍ତର ସନ୍ତୋଷ ଜେନା, ଅଧ୍ୟାପକ ଚନ୍ଦନ ଜେନା ଉପସ୍ଥିତ ଥିଲେ! ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଶବ ସଂସ୍କାର କରାଯାଇ ଥିଲା। ବିଜୟ ସାରଙ୍କ ବିୟୋଗରେ ଚରମ୍ପା ଅଞ୍ଚଳର ଶୋକ ପ୍ରକାଶ ପାଇଥିବା ବେଳେ, ସମସ୍ତଙ୍କ ଆଖିରେ ଥିଲା ବିଜୟ ସାରଙ୍କ ପାଇଁ ଲୁହ ଆଉ ଲୁହ। ବିଜୟ ସାର୍ ଆମର ରହେ ଧ୍ବନିରେ ଫଟି ପଡିଥିଲା ଚରମ୍ପା ସହର। ଚରମ୍ପା ଅଞ୍ଚଳ ଆଜି ଜଣେ ମୂରବୀଙ୍କୁ ହରାଇ ଦେଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/07/bdk-2025-10-07-17-38-56.jpg)