ଭଦ୍ରକ: ଚରମ୍ପା ଷ୍ଟେସନବଜାର ଅଞ୍ଚଳରୁ ଆଜି ଦିନ ଗୋଟାଏ ବେଳେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଗୌରହରି ମହାନ୍ତି। 

Advertisment

ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା  ଅଞ୍ଚଳର ଗୌରହରି ମହାନ୍ତି ଆଜି ବାଲେଶ୍ବର ଜିଲ୍ଲା ସୋର ଯାଇ ନିଜର  ଭଣଜାଙ୍କ ନିକଟରୁ ଏକ ବ୍ୟାଙ୍କ ଚେକ ଆଣି ଭଦ୍ରକ ଆସିଥିଲେ।

ଭଦ୍ରକରେ ଏକ ବ୍ୟାଙ୍କରୁ ଚେକ ପ୍ରଦାନ କରି ୪ ଲକ୍ଷ ୬୦ ହଜାର ଟଙ୍କା ଉଠାଣ କରି ନିଜ ବାଇକ୍‌ ଡିକିରେ ରଖିଥିଲେ। ଏହା ପରେ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଦୋକାନରୁ ଫେରି ଆସି ଦେଖନ୍ତି ତ ତାଙ୍କ ଗାଡ଼ି ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସବୁ ତକ ଟଙ୍କା ଲୁଟି ନେଇଛି। 

ଏହି ଘଟଣା ପରେ ଶ୍ରୀ ମହାନ୍ତି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଥାନରେ କେଶ ନମ୍ବର  ୫୯୮/ ୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ପ୍ରଭାନଶ୍ ମିଶ୍ର କହିଛନ୍ତି।

Bhadrak | Crime