ଭଦ୍ରକ: ଜିଲ୍ଲାରେ ଚାଷୀ ପଂଜୀକରଣ ଓ ଧାନ ବିକ୍ରିରେ ବ୍ୟାପକ ଜାଲିଆତି ହୋଇଛି। ଜିଲ୍ଲାର ଯୋଗାଣ ବିଭାଗ, ଡିଆରସିଏସ, ଏଆରସିଏସ, ଆରଏମସି, ସମବାୟ ସମିତି ଓ ମିଲ ମାଲିକମାନେ ମିଳିତ ଭାବେ ଏହି ଘୋଟାଲା କରୁଛନ୍ତି। ଏଭଳି ଜାଲିଆତି ବର୍ଷବର୍ଷ ଧରି ଭଦ୍ରକ ଜିଲ୍ଲାରେ ଚାଲୁଥିବା  ବେଳେ  କିଛି ଦଲାଲା, ସମବାୟ ସମିତି ସଂପାଦକ ଓ କର୍ମଚାରୀ, ମିଲ ମାଲିକ ଓ କିଛି ଅଧିକାରୀମାନେ ମାଲେମାଲ ହେଉଥିବା ବେଳେ ଚାଷୀ ବିଚରା ଭକୁଆ ହୋଇ ରହୁଛି। 

Advertisment

ଏବେ ଅନଲାଇନରେ ଚାଷୀଙ୍କ ନାମ ପଂଜୀକରଣ କରିବା ପରେ ଏଭଳି ଜାଲିଆତି ଧରାପଡୁଛି। ବିଶେଷ କରି ଏଇ ଦୁଇ ବର୍ଷ ଭିତରେ ଭଦ୍ରକ ଜିଲ୍ଲାରେ ଏଭଳି ଜାଲିଆତି ସଂପର୍କରେ ତଥ୍ୟ ପଦାକୁ ଆସିଛି। ଚାଷ ନକରି ଅନେକ ଚାଷୀଙ୍କ ନାମରେ ଗୋଚର, ଅନାବାଦୀ, ଜଳଶୟ, ସରକାରୀ ପଡ଼ିଆ ଓ ଠାକୁର ଜମିକୁ ଚଞ୍ଚକତାକରି କିଛି ଚାଷୀଙ୍କ ନାମରେ ପଂଜୀକରଣ କରି ଅନେକ ସମବାୟ ସମିତିର ସଂପାଦକମାନେ ଭଦ୍ରକ ଜିଲ୍ଲାରେ  ଲକ୍ଷ ଲକ୍ଷ ଟଙ୍କାର ମାରି ନେଇଛନ୍ତି। ଏଇ ସଂପାଦକମାନେ ଅନଲାଇନ୍ ପଂଜୀକରଣ କରିବା ବେଳେ ଧରାପଡିବା ସହ ନକଲି ଚାଷୀଙ୍କ ନାମ ସବୁ ପଂଜୀକରଣରୁ ବାଦ ଦିଆଯାଇଥିଲା। ତଥାପି ସମବାୟ ସମିତିମାନେ ସେମାନଙ୍କର ଜାଲିଆତି କାରସାଦିକୁ ଛାଡି ନାହାନ୍ତି। ଯେତେ କଟକଣା କରାଯାଉଛି।

ସମବାୟ ସମିତି ସଂପାଦକମାନେ ଆଉ ପାଦେ ଆଗକୁ ଯାଇ ନୂଆ ନୂଆ ତରିକାରେ ଚାଷୀଙ୍କ ଜମିକୁ ଜାଲିଆତି କରି ଅନଲାଇନ୍‌ରେ ପଂଜୀକରଣ କରିବାରେ ସିଦ୍ଧହସ୍ତ ହୋଇଛନ୍ତି। ଏଭଳି ଜାଲିଆତି ପଂଜୀରକଣ ସଂପର୍କରେ ଆଜି ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକର କିଛି ଚାଷୀ ଓ ଭଦ୍ରକ ଜିଲ୍ଲାର କିଛି ଚାଷୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅତୀତରେ ସେମାନେ ଅଭିଯୋଗ କରିଥିଲେ। ମାତ୍ର ସେମାନଙ୍କ ଅଭିଯୋଗକୁ କେହି ଗ୍ରହଣ କରି ନଥିଲେ। 

ଭଦ୍ରକଠାରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ  ହୋଇଥିବା ଜନଶୁଣାଣି ବେଳେ ଜାଲିଆତିରେ ଶିକାର ହୋଇଥିବା ଏଭଳି କିଛି ଚାଷୀ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ସହ ଦୋଷୀ ସମବାୟ ସମିତି କର୍ମଚାରୀଙ୍କ ଉପରେ  ୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭଦ୍ରକ ଡିଆରସିଏସ ଦୁଃଖୀଆ ଟୁଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଅଭିଯୋଗରୁ ପ୍ରକାଶ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରା ପଞ୍ଚାୟତର ରାମକୃଷ୍ଣପୁର ପଞ୍ଚାୟତର ଚାଷୀ ସନ୍ତୋଷ ମାଝୀଙ୍କର ୧ ଏକର ୫୦ ଡିସିମିଲ ଜମି  ସନ୍ଦାଡ  ମୌଜରାରେ ରହିଛି।  ସନ୍ଦାଡ ମୌଜା ହେଉଛି। ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଏହି ଚାଷୀଙ୍କର ଏହି ଜମିର  ନିକଟସ୍ଥ  ସମବାୟ ସମିତିରେ ପଂଜୀକରଣ କରାଯିବା କଥା। ମାତ୍ର  ବ୍ୟକ୍ତିଙ୍କ ଚାଷ ର ଜମିକୁ  ଭଦ୍ରକ ଜିଲ୍ଲାର ଅନ୍ୟ ଏକ ସମବାୟ ସମିତିରେ ଅନ୍ୟ ଚାଷୀଙ୍କ ନାମରେ ପଂଜୀକରଣ କରାଯାଇଛି ବୋଲି ସେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।  

ସେହିପରି ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକର ବଡ଼ ନୂଆଗାଁ ଗ୍ରାମର ବାବୁଲା  ଦାସଙ୍କର ଭଦ୍ରକ ଜିଲ୍ଲାର  ସନ୍ଦାଡ ମୌଜାରେ ୧୮ ଗୁଣ୍ଠ ଚାଷ ଜମି ରହିଛି। ମାତ୍ର ତାଙ୍କର ଏଇ ଚାଷ ଜମିକୁ ନିକଟସ୍ଥ ସମବାୟ ସମିତିରେ ପକା ନଯାଇ  ଅନ୍ୟ ସମବ‌ାୟ ସମିତିରେ ଅନ୍ୟ ଚାଷୀଙ୍କ ନାମରେ ପଂଜିକରଣ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

ସେହିପରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡା ନିକଟସ୍ଥ ଗୋପୀନାଥପୁର ପଞ୍ଚାୟତର ପାହାଡପୁର ଗ୍ରାମର ରମେଶ କୁମାର ପଣ୍ଡାଙ୍କର ୨ ଏକର ୩୯ ଡିସିମିଲ ଚାଷ ଜମି ରହିଥିବା ବେଳେ ଏଇ ଜମି ଆଗରପଡା ସମବାୟ ସମିତି ଅଧିନରେ ପଂଜିକରଣ କରାଯିବା କଥା। ମାତ୍ର ତାଙ୍କର ଏଇ ଜମିକୁ  ଅନ୍ୟ ସମବାୟ ସମିତି ନାମରେ ପଂଜିକରଣ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। 

ଏଇ ଚାଷୀମାନେ ସେମାନଙ୍କର ଚାଷ ସବୁ ଅନ୍ୟ ପଞ୍ଚାୟତର ସମବାୟ ସମିତିରେ ଅନ୍ୟ ଚାଷୀଙ୍କ ନାମରେ କିଭଳି ପଂଜୀକରଣ କରାଯାଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।  ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ପରେ ଭଦ୍ରକ ଡିଆରସିଏସ ଏହି ଅଭିଯୋଗର ତଦନ୍ତ  ଆରମ୍ଭ କରିଛନ୍ତି। ତଦନ୍ତ ପାର ଡିଆରସିଏସଙ୍କ ନିଜ ପ୍ରତିକ୍ରିୟାରେ କହୁଛନ୍ତି ଚାଷୀଙ୍କ ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ।

ତେବେ ଏଇ ଚାଷୀମାନେ ଆଜି କଣ ଜିଲ୍ଲାପାଳଙ୍କ ନିକଟରେ ମିଛ ଅଭିଯୋଗ କରିଛନ୍ତି କି? ଯଦି ସତ୍ୟତ୍ୟା ନାହିଁ। ତେବେ ସେମାନଙ୍କ ଚାଷ ଜମିକୁ  ସେମାନଙ୍କର ନିକଟସ୍ଥ ସମବାୟ ସମିତି ଅଧୀନରେ ପଂଜିକରଣ କରିବାକୁ ସୁଯୋଗ ଦିଆଯାଉ। ଏଭଳି ପ୍ରଶ୍ନର ଉତ୍ତରରେ ଡିଆରସିଏସ କହିଛନ୍ତି, ପଂଜିକରଣର ସମୟ ଶେଷ ହୋଇଯାଇଛି। ଆଉ ଚାଷୀଙ୍କର ନାମ ପଂଜିକରଣ କରାଯାଇ ପାରିବ ନାହିଁ। ତେବେ ଏଇ ଚାଷମାନେ ଏବେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳ ସେମାନଙ୍କ ଚାଷ ଜମି ପଂଜୀକରଣ କରିବା ଦିଗରେ ସହଯୋଗ ନକଲେ ଆଗାମୀ ଦିନରେ ସେମାନେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି କହିଛନ୍ତି। 

Bhadrak