ବାପକୁ କଟୁରୀରେ ହାଣି ହତ୍ୟା କଲା ପୁଅ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଥାନା ବାରିକପୁର ନିକଟସ୍ଥ ବିଷ୍ଣୁପୁର ଗ୍ରାମରେ ପାରିବାରିକ କଳହରୁ ଆଜି ଜଣେ ଜନ୍ମ କଲା ପୁଅ ନିଜ ବାପକୁ ହାଣି ହତ୍ୟା କରିଛି। ବିଷ୍ଣୁପୁର ପ˚ଚାୟତ ବିଷ୍ଣୁପୁର ଗ୍ରାମର ଘନଶ୍ୟାମ ପାତ୍ର(୫୫)ଙ୍କର ଦୁଇ ପୁଅ। ବଡ଼ପୁଅ ଓକିଲ ପାତ୍ର(୨୪) କାଠ କାମ କରୁଥିବା ବେଳେ ସାନପୁଅ ପାଠ ପ‌େଢ଼। ଆଜି ବାପ ପୁଅ ଦୁହେଁ, କାମକୁ ବାହାରିଥିବା ବେଳେ ଓକିଲ କାମକୁ ନ ଯିବାରୁ ବଚସା ହୋଇଥିଲା। ଏହି ବଚସା କ୍ରମେ ଉଗ୍ର ହୋଇଥିଲା। ଫଳରେ ପୁଅ ଓକିଲ ରାଗି ଯାଇ ଘରେ ଥିବା କଟୁରୀରେ ମାରିଦେବାକୁ ଗୋଡ଼ାଇଥିଲା ା ଘନଶ୍ୟାମ ଭୟରେ ବାହାରକୁ ଆସିବା ସମୟରେ ଓକିଲ ଘନଶ୍ୟାମଙ୍କ ବେକକୁ କଟୁରୀରେ ଚୋଟ ମାରି ହାଣି ହତ୍ୟା କରିଥିଲା ା ଏନେଇ ଧାମନଗର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ପୁଲିସ ହତ୍ୟାକାରୀ ପୁଅ ଓକିଲକୁ ଧରିବା ଲାଗି ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର