ଭଦ୍ରକ: ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ତରଫରୁ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକର ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଭଦ୍ରକ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା।
ଏହି ପ୍ରତିବାଦ ସଭାରେ ରାଜ୍ୟ ସଂଯୋଜକ ବିନୟ କୁମାର ଭୂୟାଁ ଓ ବିଶ୍ଵ ହିନ୍ଦୁ ପରିଷଦର ମାନସ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ସାମିଲ୍ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-15.png)