ପୌରପାଳିକା ଠିକା କର୍ମଚାରିଙ୍କ ଧାରଣା ତୃତୀୟ ଦିନରେ

ଭଦ୍ରକ: ଭଦ୍ରକ ପୌର କର୍ମଚାରୀଙ୍କର ଇପିଏଫ୍ ଓ ଇଏସଆଇ ଟଙ୍କା ଠିକାଦରୀ ସଂସ୍ଥା ଦ୍ବାରା ହଡପ ହେବା ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।  ବର୍ଷ ବର୍ଷ ଧରି ଏଇ ତଳ ତଳିଆ ଠିକା କର୍ମଚାରିଙ୍କର  ଟଙ୍କା ହଡପ କରିବା ପଛରେ ଏକ ବଡ ରାକେଟ୍ କାମ କରୁଛି। ଏହା ହେଉଛି ପୌରପାଳିକାର ସବୁଠାରୁ  ବଡ ଘୋଟେଲା। ଏଇ ଘୋଟେଲାର ଚେର ଅଫିସଠାରୁ ଆରମ୍ଭ କରି ପୌର ଅଫିସର କିଛି କରିତକର୍ମା କର୍ମଚାରୀ ଓ ସଂପୃକ୍ତ ଠିକାଦାରି ସଂସ୍ଥାର ମୁଖ୍ୟଙ୍କର ମଧୁଚନ୍ଦ୍ରିକା ହୋଇଛି।

୧୭୨ କର୍ମଚାରି ବାସ୍ତବ କ୍ଷେତ୍ରରେ କାମ କରୁଥିବା ବେଳେ ସେମାନଙ୍କ ସହ ଆଉ କିଛି ଜାଲ୍ ଠିକା କର୍ମଚାରିଙ୍କର ନାମରେ ମଧ୍ୟ ଦରମା ଉଠାଇଯାଇଛି। ଏମାନଙ୍କ ନାମରେ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି। ପାଖା ପାଖି ୨୦୦ରୁ ଉର୍ଦ୍ଧ୍ବ ଠିକା କର୍ମଚାରିଙ୍କ ନାମରେ ଜାଲ କରି ଟଙ୍କା ହଡପ କରାଯିବା ନେଇ ଏବେ ଆନ୍ଦୋଳନ‌େ ବସିଥିବା ସଫେଇ କର୍ମଚାରି ଓ ଠିକା ଭାବେ କାମ କରୁଥିବା କମର୍ଚାରିମାନେ ଭଗଣମାଧ୍ୟମ ଆଗରେ ଅଭିଯୋଗ ଉଠାଇଛନ୍ତି। ଆମର ଇପିଏଫ ଓ ଇଏସଆଇ ଟଙ୍କା ଦିଅ ନହେଲେ ଆମେ କାମରେ ଯୋଗଦେବୁ ନାହିଁ। ଆମ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି  କହିଛନ୍ତି। ଯେଉଁ ଠିକାଦାର ସଂସ୍ଥା ଆମ ଟଙ୍କା ଖାଇଛି। ତାକଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଥିବା ବେଳେ ଯେଉଁମାନେ ଏଇ କାର୍ଯ୍ୟରେ ସହଯୋଗ କରିଛନ୍ତି। ସେମାନଙ୍କ ନାମରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଠିକା କର୍ମଚାରୀ ସଂଘ ଦାବ କରିଛି। ଆଜିର ଏଇ ଠିକାକର୍ମଚାରୀଙ୍କ ଧାରଣାସ୍ଥଳରେ ବିଜେପି ନେତା ତଥା ବିଜେପିର ଜିଳ୍ଲା ସଭାପତି ବଦ୍ରୀନାରାୟଣ ମାନସିକସ୍ତରରେ ସମର୍ଥନ  ଦେଇ  ଗଣମାଧ୍ୟମ ଆଗରେ କହିଲେ ଯେ. ଗରିବ ଲୋକଙ୍କ ଝାଳବୁହା ଟଙ୍କାକୁ ଯେଉଁମାନେ ହଡପ କରିଛନ୍ତି। ସେମାନଙ୍କ ଟଙ୍କା ତୁରନ୍ତ ସେମାନଙ୍କ ଜମା ଖାତାରେ ଡିପୋଜିଟ୍ ଦିଅ। ନହେଲେ ଆଗାମୀ ଦିନରେ ଏଇ ଅସହାୟ ସ୍ବଳ୍ପ ବେତନଭୋଗୀ ଠିକା କର୍ମଚାରିଙ୍କ ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇବ। ଏଭଳି ଚେତାବନୀ ପରେ ପରିସ୍ଥିତି ଅଧିକ ଜଟିଳ ହୋଇପଡିଛି।

ଅନ୍ୟପଟରେ ଆଜି ତୃତୀୟ ଦିନରେ ଧାରଣା ବଳବତ୍ତର ରହିଥିବା ପୌର କାର୍ଯ୍ୟାଳୟ ଆଗରେ ତାଲା ଝୁଲୁଥିବା ଯୋଗୁଁ ପୌର କାର୍ଯ୍ୟାଳୟ ପରିସରକୁ କୌଣସି କର୍ମଚାରୀ ଯାଇ ପାରୁ ନାହାନ୍ତି। ତିନି ଦିନ ହେଲା ପୌର କାର୍ଯ୍ୟାଳୟ ଅଚଳ ହୋଇପଡିଛି। କାର୍ଯ୍ୟାଳୟ ଫାଟକ ଆଗରେ ତାଲା ଝୁଲାଇ କର୍ମଚାରୀମାନେ ହାତରେ ପହଁରା ଓ ପାଛିଆ ଧରି ବସିଛନ୍ତି। ପୌର କର୍ମଚାରୀଙ୍କର ଏଇ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଇ ଆସୁଛନ୍ତି ଶରତ ପଢିହାରି, ପ୍ରଣୟ ଦାସ, ଶୁଭଙ୍କର ମହାପାତ୍ର, ଅସରଫ ଅଲ୍ଲୀ, ସେକ୍ ସମଧାନୀ, ଏସକେ, ମହିଉଦ୍ଦିନଙ୍କଠାରୁ ଆରମ୍ଭ କରି ଆହୁରି ଅନେକ ସ୍ବେଚ୍ଛାସେବୀ। ଏମାନଙ୍କ ଦାବି ହେଉଛି ଠିକା କର୍ମଚାରିଙ୍କର ହକ୍ ସେମାନଙ୍କୁ ଦିଆଯାଉ। ସ୍ବଳ୍ପ ବେତନରେ ଠିକା କାମ କରୁଥିବା ଏଇ କମର୍ଚାରିଙ୍କ ପ୍ରାପ୍ୟ ସେମାନଙ୍କୁ ପ୍ରଦାନ କରାଯାଉ ନହେଲେ ସେମାନଙ୍କ ଆନ୍ଦୋଳନ ସେମିତି ଚାଲୁରହିବ ବୋଲି ଚେତାବନୀ ଦିଆଯାଇଥିଲା। ଧାରଣା ତୃତୀୟ ଦିନରେ ମଧ୍ୟ ପୌର ସଫେଇ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ସହଯୋଗ କରିନଥିଲେ। ଆଜି ମଧ୍ୟ ସହରରେ ରାସ୍ତା ଘାଟରେ କୁଢ କୁଢ ଅଳିଆ ପଡିଥିଲା। ପଚା ଗନ୍ଧରେ ଫାଟି ପଡୁଛି ଭଦ୍ରକ ସହର। ଏ ସହରର ଏଭଳି ଅଚଳାବସ୍ଥା ପ୍ରତି  ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ଥିତି ଅଣାୟତ ହେବାରୁ ଆଜି  ଏଇ ଧାରଣାସ୍ଥଳକୁ ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହି ଅଧିକାରୀ, ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ଓ ଭଦ୍ରକର ଅତିରିକ୍ତ ତହସିଲଦାର ଘଟଣା ସ୍ଥଳକୁ ଆସି ସେମାନଙ୍କ ସହ ଆଲୋଚନା କରିଥିଲେ। ଇଏସଆଇ ଓ ଇପିଏଫ ଟଙ୍କା ଦାଖଲ କରିବା ପାଇଁ ଏକ ମାସ ସମୟ  ନିଆଯାଇଛି।

ଏଇ ଏକ ମାସ ଭିତରେ କର୍ମଚାରିଙ୍କର  ନାମରେ ସେମାନଙ୍କର ଏଇପିଏଫ ଓ ଇଏଆଇ ଟଙ୍କା ଜମା କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶଅୁତି ଦେଇଥିବା ବେଳେ ଭୁତ ଠିକା କର୍ମଚାରିଙ୍କର ଠିକଣା ଖୋଜିବେ ଡିଏଲଓ ଓ ଆଡିସନାଲ ତହସିଲଦାର। ଯେଉଁମାନଙ୍କ ନାମରେ ମିଥ୍ୟାରେ ବିଲ୍ କରାଯାଇ ଟଙ୍କା ହଡପ କରାଯାଇଛି। ସେଥିପାଇଁ ପୌରପାଳିକା ପକ୍ଷରୁ ସଂପୃକ୍ତ ଠିକା ସଂସ୍ଥା  ନାମରେ ଭଦ୍ରକ ଟାଉନ ଥାନାରେ ଗତକାଲିର ଏତଲାମୂଳେ ମାମଲା ରୁଜୁ କରାଯାଇଛି। ପ୍ରତିଶ୍ରୁତି ପାଇବା ପରେ ଠିକା କର୍ମଚାରିମାନେ ଧାରଣାରୁ ଉଠିଯାଇଛନ୍ତି। ଏକ ମାସ ଭିତରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ଚେତାବନି ଦିଆଯାଇଛି।

 

 

ସମ୍ବନ୍ଧିତ ଖବର