ଧାମରା ଓ ଜାଗୁଳା ପଞ୍ଚାୟତରେ ଉତ୍ତେଜନା: ୧ ପ୍ଲାଟୁନ୍ ପୁଲିସ୍ ମୁତୟନ

ଭଦ୍ରକ: ୧୮ ତାରିଖ ଶୁକ୍ରବାର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଶେଷ ହେବା ପରେ ବି ସେଠାରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଓ ଜାଗୁଳା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଆଜି ବି ଗତକାଲି ଭଳି ଧାମରା ଓ ଜାଗୁଳା ପଞ୍ଚାୟତରେ ଦୋକାନବଜାର ବନ୍ଦ ରହିଛି। ସେଠାରେ ୧ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।

orissa diary

ସୂଚନାଯୋଗ୍ୟ, ୧୮ ତାରିଖ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଭଣ୍ତାରିପୋଖରୀ ବ୍ଲକରେ ଅନୁଷ୍ଠିତ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଇ ଦୁଇ ବ୍ଲକରେ ମୋଟ ୮ଟି ଜିଲ୍ଲା ପରିଷଦ ଜୋନ, ୫୯ଟି ପଞ୍ଚାୟତ ଓ ୭୯୨ଟି ୱାର୍ଡ ପାଇଁ ହୋଇଛି ନିର୍ବାଚନ। ଏଥିପାଇଁ ମୋଟ ୭୯୨ଟି ଭୋଟ ଦାନ କେନ୍ଦ୍ରରେ ମୋଟ ଭୋଟର ସେମାନଙ୍କର ମତଦାନ କରିଛନ୍ତି।

ସମ୍ବନ୍ଧିତ ଖବର