ଭଦ୍ରକ: ଅଗ୍ନିକାଣ୍ଡରେ ତିନିଟି ପରିବାରର ୫ ବଖରା ଘର ଜଳିଯାଇଥିବାର ଖବର ମିଳିଛି। ଏଥିସହ ଚାରି ଗୋରୁ ଓ ଗୋଟିଏ ଛେଳି ବି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଭଦ୍ରକ ବ୍ଲକ୍ ବାଣିତିଆ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି।
ସୂଚନା ଅନୁଯାୟୀ ଦକ୍ଷିଣସାହି ଗ୍ରାମର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକେ ରାତିରେ ଶୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଘଟି ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଖର ଏମିତି ଥିଲା ଯେ ଘରୁ କୌଣସି ଜିନିଷ କାଢି ନପାରି ନିଆଁର ଦାଉରୁ ରକ୍ଷା ପାଇବାପାଇଁ ପରିବାର ଲୋକେ ବାହାରକୁ ଚାଲିଆସିଥିଲେ। ନିଆଁର ଝାସରେ ଗୋପବନ୍ଧୁ ଜେନା ଓ ତାଙ୍କର ଦୁଇଭାଇଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିଲା। ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ, ସେଠାରେ ଚାରିଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଧାନଚାଉଳ, ଆସବାବପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ପରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ତିନିଟି ପରିବାରର ୫ ବଖରା ଘର
/sambad/media/post_attachments/wp-content/uploads/2021/10/d2e2c699-7d2a-4a3a-87d9-9d0b8901b3db.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)