ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ବଜାରରୁ ଏକ ସୁନା ଦୋକାନରୁ ଚୋରି ହୋଇଥିବା ଜଣା ପଡ଼ିଛି। ବଜାରରେ ଥିବା ଦୁର୍ଯ୍ୟୋଧନ ସାହୁଙ୍କ ଅଲେଖ ଜୁଏଲର୍ସରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସଟର ଓ ଗ୍ରିଲ ତାଡ଼ି ସୁନା ଦୋକାନରେ କଳାକନା ବୁଲାଇଛନ୍ତି। ଅତି ଚତୁରତାର ସହିତ ଦୁର୍ବୃତ୍ତମାନେ ଆଗରେ ପାଲ ଟାଙ୍ଗି ଭିତର ପଟୁ ଲୁଟ୍ କରିଥିଲେ।
ସକାଳୁ ଦୁର୍ଯ୍ୟୋଧନ ସାହୁ ତାଙ୍କ ଦୋକାନ ଆଗରେ ପାଲ ଟଙ୍ଗାଯାଇଥିବା ସୂଚନା ପାଇ ଆସି ପହଞ୍ଚିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ସଟର ଓ ଗ୍ରିଲ ତାଡ଼ି ଦୁର୍ବୃତ୍ତମାନେ ତାଙ୍କ ସୁନା ଦୋକାନରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟି ନେଇଛନ୍ତି। ଏନେଇ ମଞ୍ଜୁରୀ ରୋଡ ପୁଲିସକୁ ସେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/ac182c03-7da7-46ac-aec6-de0f4f99046f.jpeg)