ଭଦ୍ରକ: ସାନ ଭାଇଙ୍କ ଝିଅ ସହ ଘରକୁ ଆସୁଥିବା ଜଣେ ଧରମ ଭାଇ ବଡ ଭାଇର ନାବାଳିକା ଝିଅକୁ କଲେଜରୁ ଅପହରଣ କରିନେଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍ ନିକଟରେ ଅଭିଯୋଗ ହେବା ପରେ ନାବାଳିକା ଝିଅ ଉଦ୍ଧାର ନ ହେବାରୁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ବାପାମାଆ ଓ ଗ୍ରାମବାସୀ। ଘଟଣାଟି ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନସ୍ଥ ଗୁଆପୋଖରୀ ଅଞ୍ଚଳରୁ।
ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର କୈଳାଶ ରାଉତଙ୍କ ସାନ ଭାଇଙ୍କ ଘରକୁ ଜଣେ ଅଜଣା ଯୁବକ ଯିବାଆସିବା କରୁଥିଲେ । ଯୁବକ ଜଣକ ଭାଇଙ୍କ ଝିଅର ଧରମ ଭାଇ ବୋଲି ପରିଚୟ ଦେଇଥିଲେ। ଅଗଷ୍ଟ ମାସ ୮ ତାରିଖରେ ନାବାଳିକା ଜଣକ କଲେଜ ଯାଇ ଆଉ ଫେରିନଥିଲେ। ଶେଷରେ ପରିବାର ଲୋକେ ଧାମନଗର ଥାନାରେ ଝିଅକୁ ଅଜଣା ଧରମ ଭାଇ ଅପହରଣ କରିଥିବା ଅଭିଯୋଗ କରିଥିଲେ।
ପୁଲିସ ଅପହୃତ ନାବାଳିକାଙ୍କ ସାନ ବାପାଙ୍କ ଝିଅକୁ ଥାନାକୁ ଡକାଇ ପଚରାଉଚୁରା କରିଥିଲା। ପରେ କଲ ଟ୍ରାକ ସହ ଆନ୍ଧ୍ରପ୍ରଦେଶ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଝିଅକୁ ଉଦ୍ଧାର କରାଯାଇନଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୀର୍ଘ ଦିନ ଅପେକ୍ଷା ପରେ ଝିଅ ଉଦ୍ଧାର ନହେବାରୁ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ଓ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/11/new-project-12-2025-09-11-20-21-23.jpg)