ଭଦ୍ରକ: ବିଷ୍ଣୁପୁରରେ ଅଛନ୍ତି ବିଷ୍ଣୁ। ବିଷ୍ଣୁ ଚିର ଆମର। ବିଷ୍ଣୁ ଏକ ନିଆରା ଉପାଦାନରେ ଗଢ଼ା ମଣିଷ। ବିଷ୍ଣୁ ବାବୁ କେବଳ ଜଣେ ଟାଣୁଆ ରାଜନେତା ନଥିଲେ। ବିଷ୍ଣୁ ବାବୁ ଜଣେ ସାହିତ୍ୟ ସଂସ୍କୃତି ପ୍ରେମୀ ମଣିଷ ଥିଲେ। ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ପ୍ରାଣ ଭରି ଭଲ ପାଉଥିବା ମଣିଷ ଥିଲେ। ଜଣେ ଦରଦୀ ହୃଦୟର ମଣିଷ ଥିଲେ। ବିଜେପି ସଙ୍ଗଠନକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଆଜି ତାଙ୍କୁ ଚିର ସ୍ମରଣୀୟ କରି ରଖିଛି। ସବୁ ଦିନେ ରଖିଥିବ। ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ବର୍ତ୍ତମାନର ଆମେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛୁ ବୋଲି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୁତି ସଭାରେ ଉପସ୍ଥିତ ଅତିଥିମାନେ ମତ ରଖିଥିଲେ।
ସ୍ବର୍ଗତ ସେଠୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିଷ୍ଣୁ ଭାଇ ଚିର ମର ବୋଲି ତାଙ୍କର ସ୍ମୃତି ସଭାରେ ବକ୍ତବ୍ୟ ରଖୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ସହରର ପନ୍ଥିକା ପରିସରରେ ଅନୁଷ୍ଠିତ ସ୍ମୃତି ସଭାରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ସମ୍ପଦ ସ୍ବାଇଁ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ, ବିଧାୟକ ଲିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବିଧାୟକ ଇରାସିଶ ଆଚାର୍ଯ୍ୟ, ବିଧାୟକ ମାନସ ଦତ୍ତ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ଶେଖର ମହାପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତି ମଣ୍ଡଳ, ଅଜୟ ନାୟକ, ଗୋଲକ ମହାପାତ୍ର, ହରିହର ମହାପାତ୍ର, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ବିଧାୟକ ଜୟନାରାୟଣ ମିଶ୍ର, ବଦ୍ରି ନାରାୟଣ ଧଳ, ପଣ୍ତିତ ଦୈତାରୀ ମହାପାତ୍ର, ବିଧାୟକ ଆକାଶ ଦାସ ନାୟକ, ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପତ୍ନୀ ଉର୍ମିଳା ପାଣିଗ୍ରାହୀ, ପଣ୍ତିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ତିତ ବିରେନ୍ଦ୍ର ପଣ୍ଡା, ପ୍ରଫେସର ଶଇକେନ୍ଦ୍ର ମହାପାତ୍ର, ବିଧାୟକ ଟଙ୍କଧର ତ୍ରିପାଠୀ, ବିଧାୟକ ଅଶୋକ ଦାସ, ଡ ପ୍ରଦୀପ ନାୟକ, ପୂର୍ବତନ ବିଧାୟକ ଲଲିତେନ୍ଦୁ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ହେମନ୍ତ ପାଢୀ, ଅକ୍ଷୟ ସାହୁ, ଶେଖର ମହାପାତ୍ର, ଦୀନବନ୍ଧୁ ପତିଙ୍କ ସମେତ ବହୁ ରାଜନେତା, ଶିକ୍ଷାବିତ, ସାମ୍ବାଦିକ ଯୋଗଦେଇ ସ୍ୱର୍ଗତ ବିଷ୍ଣୁ ସେଠୀ ଙ୍କ ସ୍ମୁତି ଚରଣ କରୁଥିଲେ। ଏହି ଅବସରରେ ବିଷ୍ଣୁ ସେଠୀଙ୍କର ଲିଖିତ ଆଲୋକମୟ ଅପସରା, ଘସଫୁଲ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସ୍ମୃତି ସଭାକୁ ବିଜେପି ନେତା ପଞ୍ଚାନନ ନାୟକ ସଂଯୋଜନା କରିଥିଲେ।
Bhadrak