ଭଦ୍ରକ: ବାସୁବେପୁର ଓ ଧାମନଗରରେ ଅଘଟଣ, ପାଣିରେ ବୁଡ଼ି ତିନି ଶିଶୁଙ୍କ ସଲିଳ ସମାଧି

ଭଦ୍ରକ: ବାସୁଦେବପୁର ଓ ଧାମନଗର ଅଞ୍ଚଳରେ ପୃଥକ୍‌ ପୃଥକ୍‌ ସ୍ଥାନରେ ପାଣି ପଡ଼ିି ଦୁଇ ଶିଶୁଙ୍କ ମୃତ୍ୟୁହୋଇଛି। ସୂଚନାରୁ ଜଣାଯାଇଛି, ଚୁଡାମଣି ସାମୁଦ୍ରିକ ଥାନା ଆଡ଼ିିଆ ଗ୍ରାମର ଖଗେଶ୍ୱର ମଲ୍ଲିକଙ୍କ ୪ ବର୍ଷର ପୁଅ ରାଜା ଘର ପାଖରେ ଖେଳୁଥିବା ବେଳେ ଶୁକ୍ରବାରଠାରୁ ନିଖୋଜ ହୋଇଥିଲା। ପରିବାର ପକ୍ଷରୁ ରାଜାକୁ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ଘରପାଖ ପୋଖରୀରେ ରାଜାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପଶ୍ଚିମବଙ୍ଗ କାନ୍ଥି ଅଞ୍ଚଳର ସୂର୍ଯ୍ୟକାନ୍ତ କଳା ପରିବାର ସ୍ଥାନୀୟ ଚୁଡ଼ାମଣି ଆଡ଼ିିଆ ଅଞ୍ଚଳର ବନ୍ଧୁଘରକୁ ବୁଲିବାକୁ ଆସିଥିଲେ। ସୂର୍ଯ୍ୟକାନ୍ତଙ୍କ ଦେଢବର୍ଷର ଶିଶୁକନ୍ୟା ସୁପର୍ଣ୍ଣା ଆଜି ସକାଳେ ଘରପାଖରେ ଖେଳୁଥିବା ବେଳେ ପାଖ ପୋଖରୀରେ ପଡ଼ିିଯାଇଥିଲା। ପରିବାର ଲୋକ ସଂଜ୍ଞାହୀନ ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଘଟଣାରେ ୪/୧୮ ଓ ୫/୧୮ ନଂ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଧାମନଗର ବ୍ଲକ ଧୂଷୁରୀ ଥାନା ଅଧୀନ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦପାଟଣା ଗାଁରେ। ମୃତ ଶିଶୁ ହେଉଛି ଶ୍ୟାମଚାନ୍ଦପାଟଣା ପଣ୍ଡାସାହିର ଗଣେଶ ପଣ୍ଡାଙ୍କ ୩ ବର୍ଷର ପୁଅ ଅମୂଲ୍ୟ। ଶନିବାର ସକାଳ ପ୍ରାୟ ୯ ବେଳେ ଗଣେଶଙ୍କ ମା’ ନାତି ଅମୂଲ୍ୟକୁ ସାଥିରେ ନେଇ ସ୍ଥାନୀୟ ପଡ଼ିଆକୁ ଛେଳି ବାନ୍ଧିବାକୁ ଯାଇଥିଲେ। ଜେଜେମା’ ଅମୂଲ୍ୟକୁ ଗାଁମୁଣ୍ଡରେ ଥିବା ଶ୍ୟାମଚାନ୍ଦଜିଉ ମନ୍ଦିରରେ ବସାଇ ଦେଇ ପଡ଼ିଆରେ ଛେଳି ବାନ୍ଧିବାକୁ କିଛି ଦୂରକୁ ଚାଲି ଯାଇଥିଲେ। ଏହାମଧ୍ୟରେ ଛୋଟ ପିଲାଟି ପାଖରେ ଥିବା କପାଳି ନଈକୂଳକୁ ଅଜାଣତରେ ଚାଲି ଯାଇଥିଲା। ଗତ ଦୁଇଦିନର ପ୍ରବଳ ବର୍ଷା ହେତୁ କପାଳି ନଈ ଉଛୁଳୁ ଥିବା ବେଳେ ଅସାବଧାନତାବଶତ ଅମୂଲ୍ୟ ନଦୀ ମଧ୍ୟରେ ପଡ଼ି ଯାଇଥିଲା। ନାତିକୁ ମନ୍ଦିରରେ ନ ପାଇ ଜେଜେମା’, ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଅନେକ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନଥିଲେ। ଏହାର ପ୍ରାୟ ୩ ଘଣ୍ଟା ପରେ ଶ୍ରୀଗଙ୍ଗା ଗ୍ରାମର ଯୁବକ ସୁକେଶ ପାଣିଗ୍ରାହୀ ଓ କହ୍ନେଇ ମିଶ୍ର ନଦୀ ମଧ୍ୟରୁ ନିଖୋଜ ଶିଶୁପୁତ୍ର ଅମୂଲ୍ୟର ମୃତଦେହକୁ ଉଦ୍ଧାର କରିଥିଲେ। ଧୂଷୁରୀ ଥାନା ଏସ୍‌ଆଇ ଗୟାଧର ବେହେରା ଶବକୁ ଜବତ କରି ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛନ୍ତି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର