ଟ୍ରକ ଧକ୍କାରେ ୩ ମୃତ, ୩ ଗୁରୁତର

ଭଦ୍ରକ/ବ୍ରହ୍ମପୁର: ଭିନ୍ନ ଭିନ୍ନ ସ୍ଥାନରେ ରବିବାର ଟ୍ରକ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଭଦ୍ରକ ଜିଲ୍ଲାର କେନ୍ଦୁଆପଦା ଥାନା ଅନ୍ତର୍ଗତ ଗୋବିନ୍ଦପୁର ରାସ୍ତାରେ ଟ୍ରକ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ହିଞ୍ଜିଳିକାଟୁ-ସେରଗଡ଼ ରାସ୍ତାରେ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

 

ସମ୍ବନ୍ଧିତ ଖବର