ମଦ ବେପାରୀଙ୍କୁ ୩ ବର୍ଷ ଜେଲ, ୨୦ ହଜାର ଜରିମାନା

ଭଦ୍ରକ: ଚୋରାମଦ ବିକ୍ରି ଅଭିଯୋଗରେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମହଲତ ସା ଅଭିଯୁକ୍ତ ପୁରୁଣା ବଜାର ଥାନା ଅନ୍ତର୍ଗତ ବେହେରା ସାହି ଗ୍ରାମର ପ୍ରଫୁଲ୍ଲ ନାଥଙ୍କୁ ୩ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ୬ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟ ପ୍ରକାଶ କରିଛନ୍ତି। ତେବେ ସାକ୍ଷୀମାନଙ୍କର ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ କୋର୍ଟ ଅନ୍ୟମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ, ତତ୍କାଳୀନ ଭଦ୍ରକ ଟାଉନ ଥାନା ସବଇନ୍ସପେକ୍ଟର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସଦଳ ବଳେ ୨୦୦୯ ନଭେମ୍ବର ୧୧ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୪ଜଣ ଲୋକ ମଦ ବିକ୍ରି କରୁଥିଲେ। ଅନ୍ୟମାନେ ପଳାଇ ଯାଇଥିଲେ ମଧ୍ୟ ପ୍ରଫୁଲ୍ଲକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର