ବାପା ଓ ସାବତ ମା’ ମିଶି ଝିଅକୁ ମାରିଦେଲେ

ତିହିଡି : ଗାଈକୁ ତୋରାଣି ନ ଦେବାରୁ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାରସର ପଞ୍ଚାୟତ ଭଉଁରୀଆବାଙ୍କ ଗାଁର ନାବାଳିକା ଝିଅକୁ ତାର ବାପା ଓ ସାବତ ମାଆ ମିଶି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି। ବୁଧବାର ସ˚ଧୢାରେ ବାବାଜୀ ବାରିକ ତାଙ୍କ ଝିଅ ପାର୍ବତୀକୁ ଗାଈକୁ ତୋରାଣି ଦେବାକୁ କହିଥିଲେ। ତେବେ ପାର୍ବତୀ ତାହା କରି ନ ଥିବାରୁ ବାବାଜୀ ଓ ସାବତ ମାଆ ବାସନ୍ତୀ ମିଶି ତା ତଣ୍ଟିରେ ଠିଆ ହୋଇ ମାରି ଦେବାକୁ ଉଦ୍ୟମ କରିଥିଲେ। ପଡ଼ୋଶୀମାନେ ପାର୍ବତୀକୁ ସେମାନଙ୍କ କବଳରୁ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ବାଟରେ ତାର ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର