ଓଲଟିଲା ଛେଳି ବୋଝେଇ ଟ୍ରକ୍: ୫ ଆହତ, ଅଧାରୁ ଅଧିକ ଛେଳି ଗାଏବ

ଭଦ୍ରକ: ଭଦ୍ରକ ଜିଲ୍ଲାର ଛତାବର ନିକଟରେ ଏକ ଛେଳି ବୋଝେଇ ଟ୍ରକ୍ ରାସ୍ତା ଉପରେ ଓଲଟି ପଡ଼ିଛି। ଏହି ଟ୍ରକରେ ୩୦୦ରୁ ଅଧିକ ଛେଳି ବୋଝେଇ ହୋଇ ବାଲେଶ୍ବରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭଦ୍ରକର ଛତାବର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ଟ୍ରକଟି ଓଲଟିପଡ଼ିଥିଲା।

ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଅଧାରୁ ଅଧିକ ଛେଳି ଗାଏବ ହୋଇଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର