ଭଦ୍ରକ/କେନ୍ଦ୍ରାପଡ଼ା: ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଟ୍ରକ୍ ଚଢ଼ିଯିବାରୁ ଜଣେ ବାଳିକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକରୁ ଧାମରା ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ନାୟାନନ୍ଦ ଗାଁର ଅନନ୍ତ ନାଥ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଲରେ ପହଞ୍ଚି ଥିଲା।
/sambad/media/post_attachments/wp-content/uploads/2018/02/kpd-1-300x225.jpg)
କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ଜୀଗରଣା ଗାଁର ମନୋଜ ରାଉତଙ୍କ ଝିଅ ମୋନାଲିସା ରାଉତ(୧୨)କୁ ଏକ ଟ୍ରକ ଧକ୍କା ଦେବାରୁ ମୃତ୍ୟୁ ଘଟିଛି। ଘର ନିକଟରେ ଥିବା ବଜାରକୁ ଯାଇଥିବା ବାଳିକା ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ପୁଲିସ ଟ୍ରକ୍ଟିକୁ ଜବତ କରିଛି। ବଜାର ଉପରେ ଉତ୍ତେଜନା ଦେଖାଯାଇଥିଲେ ମଧ୍ୟ ସେଭଳି ଅପ୍ରିତିକର ଘଟଣା ଘଟି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Accident_Bike_Road_2.jpg)