ଭଦ୍ରକ: ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସମେତ ୨ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଗରପଡ଼ା ଥାନା ବିତିପୁର ଗାଁର ସନାତନ ପୃଷ୍ଟିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆଗରପଡ଼ା ନିକଟସ୍ଥ ପେଟ୍ରୋଲ ପମ୍ପ ରାସ୍ତାରେ ସେ ନିଜ ଗାଁକୁ ଫେରୁ ଥିବା ବେଳେ ଜଣେ ଅଜଣା ବାଇକ ଚାଳକ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ସନାତନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସନାତନଙ୍କୁ ହସ୍ପିଟାଲରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ।
ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଅଞ୍ଚଳର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଆନ୍ଦୋଳା ଗ୍ରାମର ଗୀତା ଦାସ ବସ୍ରୁ ଓହ୍ଲାଇ ନିଜ ଘରକୁ ଯାଉଥିବା ବେଳେ ଏକ ଅନ୍ଧାରୁଆ ସ୍ଥାନରେ ଅଜଣା ବାଇକ ଧକ୍କା ଦେଇଥିଲା। ଫଳରେ ମହିଳା ଜଣକ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୀତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Accident_Bike_Road_2.jpg)