ଭଦ୍ରକ: ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଭଦ୍ରକ ଏସ୍ପି ମନୋଜ ରାଉତ ଦୁଇ ଦିନରେ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଆଜି ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଭଦ୍ରକ ଟାଉନ ଏଏସ ଆଇ ସୁଶାନ୍ତ ନାୟକଙ୍କୁ ନିଲମ୍ବନ କରାଯାଇଛି। ସୁଶାନ୍ତ ନାୟକ ନିଜ କାର୍ଯ୍ୟରେ ଅବହେଳା କରି ଗତକାଲି ରାତି ପାଟ୍ରୋଲିଂରେ ଯୋଗ ଦେଇ ନଥିଲେ। ଏହି ଅବହେଳା କାରଣରୁ ଭଦ୍ରକ ଏସପି ମନୋଜ ରାଉତ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ଗତ ଦୁଇ ଦିନ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ଜଣେ ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ତାଙ୍କ କାର୍ଯ୍ୟର ଅବହେଳା ପାଇଁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଭଦ୍ରକର ଜଣେ ଅସଲି ପୁଲିସଙ୍କ ନିର୍ଦେଶରେ ଏକ ଗ୍ରାମକୁ ତଦନ୍ତ ପାଇଁ ଯାଇ ହଟହଟା ହୋଇଥିଲେ ନକଲି ପୁଲିସ।
ସୂଚନାରୁ ପ୍ରକାଶ ଯେ, ନକଲି ପୁଲିସ ହୋଇ ତଦନ୍ତ କରିବାକୁ ଯାଇଥିବା ଯୁବକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନାର ସବ୍ ଇନ୍ସପେକ୍ଟର କାର୍ତ୍ତିକ ଜେନା ତଦନ୍ତକାରୀ ଅଧିକାରୀ ଭାବରେ ଏକ ମାମଲାର ତଦନ୍ତ ପାଇଁ ପଠାଇଥିଲେ। ନକଲି ପୁଲିସ ହୋଇ ଯାଇଥିବା ଯୁବକ ହେଉଛନ୍ତି ଧୂଷୁରୀ ଅଂଚଳର ପିୟୁଷ ରଞ୍ଜନ ପଣ୍ଡା। ପିୟୁଷ ତଦନ୍ତ ପାଇଁ ଭଦ୍ରକ କଲେଇ ପଞ୍ଚାୟତର ରସିକାବାଗ ଗ୍ରାମକୁ ଯାଇଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ପୁଲିସ ବାବୁ ବୋଲି ସନ୍ଦେହ କରିବା ସହ ତାଙ୍କୁ ପ୍ରକୃତରେ ପୁଲିସ ବାବୁ କି ନୁହେଁ ପଚାରି ଥିଲେ। ପୀୟୂଷ ପୁଲିସ ଷ୍ଟାପ ନହୋଇ କିପରି ଜଣେ ସାଧାରଣ ଲୋକ ହୋଇ ତଦନ୍ତ ପାଇଁ ଯାଇଥିଲେ ବୋଲି ଗ୍ରାମବାସୀମାନେ ତାଙ୍କୁ ପୁଲିସ କି ବୋଲି ପ୍ରଶ୍ନ କରିଥିଲେ। ପରେ ଗ୍ରାମବାସୀମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନକୁ ଫୋନ କରି ପୀୟୂଷଙ୍କ ବିଷୟରେ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ପୁଲିସ ସେହି ଗ୍ରାମକୁ ଯାଇ। ପୂୟୁସଙ୍କୁ ସେଠାରୁ ଆଣି ଭଦ୍ରକ ଗ୍ରାମାଞ୍ଚଳ ଥାନାର ଅଟକ ରଖି ପଚରାଉଚରା କରିଥିଲେ।
ଏହି ଘଟଣାରେ ପୁଲିସ ପୂୟୁଷଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଭଦ୍ରକ ଗ୍ରାମାଂଚଳ ଥାନା ରସିକାବାଦ ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଅନ୍ୟପକ୍ଷରେ ଦୁଇ ଦିନରେ ଭଦ୍ରକରେ ଦୁଇଦୁଇ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହେବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।
Odisha police
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/26/Hhc3J0eunS1D0J6Egftr.jpg)