ଭଦ୍ରକ: ଭଣଜାକୁ ବଞ୍ଚାଇବା ପାଇଁ ଯାଇ ମାମୁ ମୃତ । ବିଦ୍ୟୁତ୍ ତାରକୁ ମାଡ଼ି ଦେବାରୁ ଚାଲିଗଲା ଜୀବନ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଦଇସିଂ ଆଦିବାସୀ ସାହିରେ ଘଟିଛି ଏପରି ଏକ ଅଘଟଣ ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଦଇସିଂ ପଞ୍ଚାୟତ ଆଦିବାସୀ ସାହିରେ ୫ ବର୍ଷୀୟ ନବ ମୁଣ୍ଡାକୁ ଗାଁ ନିକଟରେ ମାଙ୍କଡ ଗୋଡାଉଥିଲେ। ଏହି ସମୟରେ ସେ ତଳେ ପଡ଼ିଥିବାରୁ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶ ଆସିଥିଲେ। ଏକଥା ପିଲାଟିର ମାମୁ ଜାଣିବା ପରେ କ’ଣ କରିବେ କିଛି ଜାଣିପାରିନଥିଲେ। ତାପରେ ମାମୁ ନିଧି ମୁଣ୍ଡା ଭଣଜାକୁ ବଞ୍ଚାଇବା ପାଇଁ ଯାଇ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇ ଜଣଙ୍କୁ ଡାକ୍ତରଖାନା ଆଣିଥିଲେ। ଭଦ୍ରକ ମେଡିକାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/15/untitled-2025-07-15-20-14-53.jpg)