ଭଦ୍ରକ: ବୋହୁ ମଦ ବିକ୍ରି କରିବାକୁ ବାରଣ କରିବାରୁ ମାରି ଦେଲେ ଶ୍ୱଶୁର ଘର ଲୋକେ। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଭଦ୍ରକ ସଦର ବ୍ଲକ୍ ଅନ୍ତର୍ଗତ ସାବରଙ୍ଗ ଥାନା ସାହାଡ଼ା ପଞ୍ଚାୟତ ମଳିକ ସାହିରୁ। ଗ୍ରାମର ଖଗେଶ୍ୱର ମଳିକଙ୍କ ଝିଅ ସାଗରିକା ମଳିକ ସେହି ଗ୍ରାମର ଦୁଶାସନ ମଳିକଙ୍କ ପୁଅ ପ୍ରକାଶ ମଳିକଙ୍କୁ ତିନି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ପ୍ରକାଶ ଓ ତାଙ୍କ ପରିବାର ସାଗରିକାଙ୍କୁ ଯୌତୁକ ଆଣିବାକୁ ବାରମ୍ବାର ବାଧ୍ୟ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ପ୍ରକାଶ ଓ ତାଙ୍କ ପରିବାର ଘରେ ଚୋରା ମଦ ବେପାର କରୁଥିବା ଅଭିଯୋଗ ହୋଇଛି। ସେମାନେ ସାଗରିକାଙ୍କୁ ମଦ ବିକିବାକୁ ବାଧ୍ୟ କରୁଥିଲେ। ମାତ୍ର ସାଗରିକା ଏଥିରେ ରାଜି ନହେବାରୁ ପ୍ରକାଶ ଓ ତାଙ୍କ ପରିବାର ଲୋକେ ମିଶି ଆଜି ଭୋରରୁ ତଣ୍ଟି ଚିପି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମାତ୍ରାଧିକ ମଦ ପିଇବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଅଧିକ ମଦ୍ୟପାନ କରୁଥିବା ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ବିପଦ ଆଡ଼କୁ ବଢ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଥାନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ଅଶାନ୍ତି ଦେଖାଯାଉଛି। ଅନେକଙ୍କ ପରିବାର ଉଜୁଡ଼ି ଯାଉଛି। ଉଭୟ ହିଂସା ଓ ହତ୍ୟାକାଣ୍ଡ ପାଇଁ ଅନେକ କ୍ଷେତ୍ରରେ ମଦ୍ୟପାନ ହିଁ ଦାୟୀ ହେଉଛି। କେବଳ ଏତିକି ନୁହେଁ, ମଦ୍ୟପାନ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟଣା ମଧ୍ୟ ଘଟୁଛି।
ଅନ୍ୟପଟେ ସାବରଙ୍ଗ ପୁଲିସ ଉଭୟ ସ୍ୱାମୀ ଓ ଶ୍ୱଶୁରକୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ନିଜ ଝିଅର ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କ୍ରଜ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତ ସାଗରିକାଙ୍କ ବାପା ଖଗେଶ୍ୱର ମଳିକ ଓ ମାଆ ଜୟନ୍ତୀ ମଳିକ ଦାବି କରିଛନ୍ତି। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିବା ସହ ଘଟଣାର ସତ୍ୟା ସତ୍ୟ ଅନୁଧ୍ୟାନ ପାଇଁ ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଛି।
Bhadrak | Women's