ଚାନ୍ଦବାଲି: ବେଆଇନ ମଦ ବିକ୍ରିକୁ ବିରୋଧ କରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳର ମହିଳାମାନେ ରବିବାର ଉତ୍ତେଜିତ ହୋଇଛନ୍ତି। ମଦ ବିକ୍ରିକୁ ବିରୋଧ କରି ସ୍ଥାନୀୟ ମହିଳାମାନେ କରଣପଲ୍ଲୀସ୍ଥିତ ତାରିଣୀ ଛକ ଧାମରା ବାସୁଦେବପୁର ମୁଖ୍ୟ ରାସ୍ତା ଅବରୋଧ କରି ଚାଲାଣ ହେଉଥିବା ଏକ ବାଇକକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି। ସେମାନେ ପ୍ରାୟ ୨ ପେଟି ଆସ୍କା ୪୦ ମଦକୁ ଜବତ କରି ଭାଙ୍ଗି ଦେଇଥିବା ବେଳେ ଗାଁର ବଟ ମହାଳିକ ଓ କାଳିଆ ମଣ୍ଡଳ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ମଦ ପାଇଁ ଦୈନିକ ଘରେ ଅଶାନ୍ତି ଲାଗିରହୁଥିବାରୁ ଗାଁର ମହିଳା ଏକଜୁଟ ହୋଇ ରାସ୍ତା ରୋକ କରିଥିଲେ। ଏନେଇ ଅବକାରୀ ବିଭାଗ ଏବଂ ବାଂଶଡା ଥାନା ପୁଲିସ ଲୋକଙ୍କୁ ପ୍ରତିଶୃତି ଦେଇଥିଲା ହେଲେ ମଦ ବିକ୍ରି ବଦଳରେ ଚୋରା ବିକ୍ରି ବୃଦ୍ଧି ପାଉଥିବାରୁ ଆଜି ମହିଳାମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। ଚାଲାଣ ହେଉଥିବା ଏକ ବାଇକକୁ ସେମାନେ ଭାଙ୍ଗି ଦେଇଛନ୍ତି।
ଗତ ଜୁଲାଇରେ ମଦ ବିକ୍ରିକୁ ବିରୋଧ କରି ମହିଳାମାନେ ଏକ ବୋଲେରୋରେ ଶହେରୁ ଉର୍ଦ୍ଧ୍ୱ ପେଟି ଥିବା ମଦ ବୋତଲକୁ ଭାଙ୍ଗିରୁଜି ଦେଇଥିଲେ। ଏହି ଘଟଣା ପରେ ଏ ଅଂଚଳରେ ବିକ୍ରି ଉପରେ କଟକଣା କରାଯାଇଥିଲା। ଏହି ଘଟଣା ପରେ ପୁଲିସ ପ୍ରତିଶ୍ରୁତି ଦେବା ପରେ ମାହୋଲ ସ୍ୱାଭାବିକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Chandbali.jpg)