ଭଦ୍ରକ: ଦୀର୍ଘ ୯ ମାସର ବ୍ୟବଧାନ ପରେ ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରର ତାଲା ଖୋଲିଛି। ଭଦ୍ରକର ଆଖଣ୍ଡଳମଣିଙ୍କ ସମେତ ଆରାଧ୍ୟଦେବୀ ଭଦ୍ରକାଳୀଙ୍କ ମନ୍ଦିର ଆଜି ଖୋଲିଛି। ମାସ ମାସ ଧରି ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ଆଜି ମା’ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଛୁଟି ଆସିଛନ୍ତି। କୋଭିଡ କଟକଣା ମଧ୍ୟରେ ମା’ଙ୍କୁ ଦର୍ଶନ କରାଯିବାର ବ୍ୟବସ୍ଥା ରହିଛି। ଦୀର୍ଘ ଦିନ ପରେ ମନ୍ଦିର ଖୋଲୁଥିବାରୁ, ସକାଳୁ ସକାଳୁ କେଉଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଛୁଟି ଆସିଛନ୍ତି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବେ, ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପ୍ରଶାସନର ସମସ୍ତ ପ୍ରକାରର କୋଭିଡ କଟକଣା ପାଳନ କରି ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp