ଲୋକସଭା ନୁହେଁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଭକ୍ତ!

କଳାହାଣ୍ଡି: ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି । କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଂଚଳ ପାଇଁ ଅନେକ କିଛି କରିପାରିବେ । ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି । କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ଚର୍ଚ୍ଚା ପରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ୮ଟି ରାଜ୍ୟର କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି ।

ଗତକାଲି ସେ କଳାହାଣ୍ଡିରେ ପହଂଚିବା ପରେ ତାଙ୍କୁ ଭବାନୀପାଟଣା ସହରରେ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭକ୍ତ ଦାସ କହିଛନ୍ତି, ସୁନାବେଡ଼ା ଅଭୟାରଣ୍ୟ ଅଂଚଳର ବିକାଶ ପାଇଁ ୨୭୨ କୋଟି ଟଙ୍କା କଂଗ୍ରେସ ଅମଳରେ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ନୂଆପଡ଼ା, ଖଡ଼ିଆଳ, ଭବାନୀପାଟଣା ଓ ଧର୍ମଗଡ଼ରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି । ସବୁ ଗାଁକୁ ପିଚୁ ଓ କଂକ୍ରିଟ୍ ରାସ୍ତା ସହ ବିଜୁଳି ସଂଯୋଗ କରାଯାଇଛି ବୋଲି କହିଛନ୍ତି ଭକ୍ତ ଦାସ । ୨୦୦୯ରେ ଶେଷ ଥର ପାଇଁ ସେ କଂଗ୍ରେସ ଟିକେଟ୍ରୁ କଳାହାଣ୍ଡି ଆସନରୁ ଜିତିଥିଲେ ।

ସମ୍ବନ୍ଧିତ ଖବର