ଭାଲିଆଡିହି ଶ୍ମଶାନ ବିବାଦର ସମାଧାନ

ଶରଣକୁଳ: ଗତ କିଛି ବର୍ଷ ଧରି ଭାଲିଆଡିହି ଗ୍ରାମ ଶ୍ମଶାନର ଉପରସାହି ଓ କାଳନ୍ଦିସାହି (ପାଇକସାହି)କୁ ନେଇ ଲାଗିରହିଥିବା ବିବାଦର ଗତକାଲି ଶରଣକୁଳ ଏସଡିପିଓ ଏସ୍ ଟପୋ ଓ ଓଡଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାରଙ୍କ ନେତୃତରେ ଶରଣକୁଳ ଡାକ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଭାଲିଆଡିହି ଗ୍ରାମ ଉପରସାହିର ୧୦ଜଣ ଓ କାଳନ୍ଦି ସାହିର ୧୦ଜଣ ଲେଖାଏଁ ପୁରୁଖା ଲୋକମାନଙ୍କୁ ନେଇ ଦୀର୍ଘଦିନ ହେବ ଲାଗି ରହିଥିବା ଶ୍ମଶାନ ଜମି ବିବାଦର ଉପରେ ଆଲୋଚନା କରାଯାଇ ସ୍ଥାୟୀ ସମାଧାନ କରାଯାଇଅଛି । ଉକ୍ତ ଶ୍ମଶାନ ଜମିକୁ ନେଇ ହାଇକୋର୍ଟରେ ମାମାଲା ବିଚାରଧୀନ ଥିବା ବେଳେ କୋର୍ଟରୁ କୌଣସି ଫଇସଲା ନଆସିବା ପର୍ଯ୍ୟନ୍ତ ଶ୍ମଶାନଜମିକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ କିମ୍ବା ମତାନ୍ତର ହେବେନାହିଁ ।

ମାମଲା ସମାଧାନ ନହେବା ପର୍ଯ୍ୟନ୍ତ ଉପର ସାହିର ନାଥ ପ୍ରଧାନଙ୍କ ଶବଦାହ ହୋଇଥିବା ଯାଗାଠାରୁ ଦକ୍ଷୀଣ ଦିଗରେ ତିନି ଫୁଟଭିତରେ ଶବ ଦାହ କରିବେ । ଏଥିରେ କାଳନ୍ଦିସାହିର କୌଣସି ବ୍ୟକ୍ତି ଆପତ୍ତିଅଭିଯୋଗ କରିବେ ନାହିଁ । ପ୍ରକାଶଯେ ଗତ ଶୁକ୍ରବାର ଦିନ ଭାଲିଆଡିହି ଗ୍ରାମ ଉପରସାହିର ନାଥ ପ୍ରାଧାନଙ୍କ ମୃତ୍ୟୁବରଣ ହୋଇଥିଲା । ପରିବାର ଓ ସାହିଲୋକ ସବସତ୍କାର ପାଇଁ ଗ୍ରାମ ସ୍କୁଲପାଖରେ ଥିବା ଶ୍ମଶାନକୁ ନେଇଥିଲେ କିନ୍ତୁ କାଳନ୍ଦିସାହି ଲୋକ ଉକ୍ତ ଶ୍ମଶାନରେ ପୁର୍ବରୁ ଲାଗିରହିଥିବା ବିବାଦ ଯୋଗୁ ଶବସତ୍କାର କରାଇଦେଇ ନଥିଲେ ଫଳରେ ଶବଟି ରାସ୍ତାଉଅପରେ ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପଡିରହିଥିଲା ।

ପରେ ପୋଲିସ ଓ ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପପରେ ଶବସତ୍କାର କରାଯାଇଥିଲେ । ଉଭୟପକ୍ଷଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ଉକ୍ତ ବୈଠକରେ ସୋଲପଟା ସରପଞ୍ଚ ସୁଶାନ୍ତ କୁମାର ଜେନା,ଗୋଡିପଡା ଜିଲ୍ଲା ପରିଷଦ ଭାଗବତ ସେଠି,ଶରଣକୁଳ ଥାନା ଅଧିକାରୀ ବିମଳ ମଲ୍ଲିକ ଓ ଗୋଡିପଡା ଫାଣ୍ଡି ଅଧିକାରି ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର