ଭଞ୍ଜନଗର: ଉଡିଗଲାଣି ରଙ୍ଗ। ହଜିବାକୁ ଲାଗିଲାଣି ସୂଚନା। ଶିଉଳି ହୋଇ ଉପରୁ ସିମେଣ୍ଟ ଖସିଲାଣି। ଖବରକାଗଜ ରଖିବା ପାଇଁ ସ୍ଥାନ ନାହିଁ। ପାଠକ ପରିସ୍ରା ଯିବା ପାଇଁ ଭଲ ପ୍ରରିସ୍ରାଗାର ଟିଏ ନାହିଁ। ନିର୍ମିତ ଶୌଚାଳୟଟି ଖବରକାଗଜ ଗୋଦାମ ଗୃହ ପାଲଟିଛି। କୋଠାରେ ବହୁ ବର୍ଷ ହେଲା ରଙ୍ଗ ବି ଦିଆଯାଇନାହିଁ। ରକ୍ଷଣାବେକ୍ଷଣା ଅଭାବରୁ ଛାତରୁ ପଲସ୍ତରା ଖସୁଛି। ଆସିବାକୁ ଇଛା ଥିଲେ ମଧ୍ୟ ଅନେକ ଏହି କାର୍ଯ୍ୟାଳୟ ପିଣ୍ଡା ମାଡୁନାହାନ୍ତି। ଏଭଳି ଶୋଚନୀୟ ସ୍ଥିତି ହେଉଛି କଳା ଓ ସଂସ୍କୃତି ତଥା ବୀରମାନଙ୍କ ବୀରତ୍ବର ଗାଥା ବହନ କରୁଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାରର।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଏହି ଅନୁଷ୍ଠାନ ଅବ୍ୟବସ୍ଥା ଆଡକୁ ଗତି କରୁଥିବା ବେଳେ ବହୁ ବର୍ଷ ହେଲା ଏହି କେନ୍ଦ୍ର ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧିଙ୍କ କୃପା ଦୃଷ୍ଟି ପଡିନାହିଁ। ଭଞ୍ଜନଗରର ଉପଖଣ୍ଡକୁ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ଲୋକେ ଦାବି କରୁଥିବା ବେଳେ ଉତ୍ତମ ପାଠାଗାର ଟିଏ ନଥିବାରୁ ଅଗଣିତ ପାଠକ ନିରାଶ ହେଉଛନ୍ତି। ଘୁମୁସର ଏକ କଳା ଓ ସଂସ୍କୃତିର ସହରର ଐତିହ୍ୟ ଓ ଗୌରବ ଅବର୍ଣ୍ଣନୀୟ। ଏହି ମାଟିରେ ବହୁ ବୀର ପୁରୁଷ ଓ ସାହିତ୍ୟିକ ଜନ୍ମ ନେଇଥିଲେ ସୁଦ୍ଧା ଇତିହାସକୁ ସାଇତି ରଖିବା ପାଇଁ ସେହିଭଳି ପାଠାଗାରଟିଏ ନାହିଁ। ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀମାନେ ପୁସ୍ତକ ପଢ଼ିବା ପାଇଁ ଆଗ୍ରହୀ ହୋଇଥିଲେ ମଧ୍ୟ ସେଥିରୁ ବଞ୍ଚିତ ହୋଇ ରହୁଛନ୍ତି।
ଉପଖଣ୍ଡ ବିଭାଗ ପକ୍ଷରୁ ରହିଥିବା ସୂଚନା କେନ୍ଦ୍ର ଓ ପାଠାଗର ପ୍ରତି ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଏହାର ନିଜର ସତ୍ତା ହରାଇବାକୁ ବସିଲାଣି। ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଗତ ୧୯୯୧ ମସିହାରେ ସହର ମୁଖ୍ୟ ରାସ୍ତାର ଗୋଟିଏ ଭଡାଘରେ ସୂଚନାକେନ୍ଦ୍ର ଓ ପାଠାଗାର ଖୋଲାଯାଇଥିଲା। ଏହା ପରବର୍ତୀ କ୍ରମେ ସ୍ଥାନୀୟ ଲଣ୍ଡେଇ ସାହି ପରେ ରେଡକ୍ରସ ରୋଡକୁ ସ୍ଥାନାନ୍ତର ହୋଇଥିଲା। ଏହାପରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ରାଜସ୍ବ ଡାକବଙ୍ଗଳା ନିକଟରେ ୨୦୦୧ ମସିହା ଜୁଲାଇ ମାସରେ ନିଜସ୍ବ କୋଠାକୁ ସ୍ଥାନାନ୍ତର ହୋଇଥିଲା। ପାଠାଗାର ଖୋଲାଯାଇଥିବା ବେଳେ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ସେବାରେ ଆସିପାରୁ ନାହିଁ।
କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ବନ୍ଦ ରହିଥିବା ବେଳେ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଉଛି। କିନ୍ତୁ ପୂର୍ବ ଅପେକ୍ଷା ପାଠକଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଏକ ଛୋଟ କୋଠାରେ ପରିଚାଳିତ ଏହି ପାଠାଗାରକୁ ମାସିକ ଏକ ହଜାର ଟଙ୍କା ଅନୁଦାନ ମିଳୁଛି। ସେଥିରେ ଖବରକାଗଜ ଓ ପତ୍ରିକା କିଣାଯାଇପାରୁଛି। ପାଠାଗାରରେ ୩ ହଜାରରୁ ଊର୍ଦ୍ଧ୍ବ ବହି ରହିଥିଲେ ମଧ୍ୟ ତାହା ସୁରକ୍ଷିତ ରଖାଯାଇପାରୁ ନାହିଁ। ଏଠାରେ ୪ଟି କାଠ ଆଲମିରା ଓ ୨ଟି ଟିଣ ଆଲମିରା ହିଁ ରହିଛି। ୪ଟି କାଠ ଟେବୁଲ ରହିଥିବା ବେଳେ ୧୨ଟି କାଠ ଚୌକି ଓ କିଛି ୨ ପ୍ଲାଷ୍ଟିକ ଚୌକି ରହିଛି। ବସିବା ପାଇଁ ଆବଶ୍ୟକୀୟ ସ୍ଥାନ ନଥିବାରୁ ଲୋକେ ଆସିବା ପାଇଁ ମନ ଉଣା ମଧ୍ୟ କରୁଛନ୍ତି। ଏଠାରେ ପ୍ରାୟ ୧୨୩ ଜଣ ପାଠକ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରତିଦିନ ଦିନକୁ ଦୁଇ ଓଳା ୧୫ରୁ ୨୦ ଜଣ ପାଠକ ଏଠାକୁ ପଢ଼ିବାକୁ ଆସନ୍ତି। କିନ୍ତୁ ଏଠାରେ ପରିସ୍ରାଗାରର ସୁବିଧା ନାହିଁ।

ଶୌଚାଳୟଟିଏ ନିର୍ମାଣ ହୋଇଛି କିନ୍ତୁ ତାହା ଗୋଦାମ ଗୃହ ଭଳି ବ୍ୟବହାର ହେଉଛି। ଶୌଚାଳୟ ଭିତରେ ଖବରକାଗଜ, ପୁରୁଣା ଟ୍ରଫି ଗୁଡିକୁ ରଖାଯାଉଛି। ଉକ୍ତ ଗୃହଟି ଗୋଦାମ ଗୃହ ହୋଇଥିବା ବେଳେ ଶୌଚାଳୟକୁ ମଧ୍ୟ ବ୍ୟବହାର କରାଯାଇପାରୁ ନାହିଁ। ପାଠାଗାର ପାଇଁ ଜଣେ ଲାଇବ୍ରେରିଆନ, ଅପରେଟର, ପିଅନ ଓ ରାତ୍ର ଜଗୁଆଳ ପଦବି ରହିଛି। ସେଥିରେ ରାତ୍ର ଜଗୁଆଳ କେହି ନଥିବା ବେଳେ ପିଅନ ଅସୁସ୍ଥତା ଯୋଗୁଁ ଛୁଟିରେ ରହିଛନ୍ତି। ଆବଶ୍ୟକତା କୋଠରି ଅଭାବରୁ ପାଠାଗାରର କର୍ମଚାରୀଙ୍କ କାର୍ଯ୍ୟାଳୟର ସାମଗ୍ରୀ ମଧ୍ୟ ରଖିପାରୁ ନାହାନ୍ତି। ଅନ୍ୟପକ୍ଷରେ ବହୁ ବର୍ଷ ଧରି ରଙ୍ଗ ମଧ୍ୟ ଦିଆଯାଇପାରି ନାହିଁ। ପାଠାଗାର ସମ୍ମୁଖରେ ଲେଖାଯାଇଥିବା ଫଳକ ଲିଭିବାକୁ ବସିଲାଣି। ରାଜ୍ୟ ସରକାର ଏହି ଅନୁଷ୍ଠାନ ପ୍ରତି ଦୃଷ୍ଟି ଦେଇ ପାଠାଗାର ଉନ୍ନତି କରିବା ପାଇଁ ସହରର ବୁଦ୍ଧିଜୀବୀ ଓ ପାଠକ ଦାବି କରିଛନ୍ତି।