ଭଞ୍ଜନଗର ଏସଡିପିଓ ପାଇବେ ଡିଜିପି ପୁରସ୍କାର

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଆଗାମୀ ସ୍ବାଧୀନତା ଦିବସ ଅବସରରେ ପୁଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସ୍ବାଧୀନତା ଦିବସ ଅବସରରେ ଡିଜିପି ରାଜ୍ୟର ଚାକିରୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ପୁଲିସ୍ ଅଧୀକାରୀଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ଚୟନ କରିଥିବା ବେଳେ ସେଥିରେ ଶୁଭ୍ରାଂଶୁ ଶେଖର ମିଶ୍ର ଡିଜିପି କମେଣ୍ଡେସନ୍ ସମ୍ମାନ ପାଇବା ପାଇଁ ଡିଜିପି କାର୍ଯ୍ୟାଳୟରୁ ଘୋଷଣା କରାଯାଇଛି। ଅଗଷ୍ଟ ୧୫ ତାରିଖ ଦିନ କଟକ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିପାଇଁ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଛି।

ସମ୍ବନ୍ଧିତ ଖବର