ଭଞ୍ଜସେନାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଯୁବନେତା ପିଣ୍ଟୁ ମାଇତି ପୁନର୍ବାର ଜିଲ୍ଲା ସଭାପତି ମନୋନୀତ

ବାରିପଦା: ଜିଲ୍ଲାର ଅଗ୍ରଣୀ ସଂଗଠନ ଭଞ୍ଜସେନା ପକ୍ଷରୁ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ କର୍ମକର୍ତ୍ତା କମିଟିକୁ ଭଙ୍ଗ କରିଥିଲା। ଆଜି ପ୍ରଥମ ପର୍ଯ୍ୟାୟରେ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସଂଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଏବଂ ଆଗାମୀ ଦିନରେ ବାକି ଥିବା ସମସ୍ତ ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପ୍ରୁଷ୍ଟି ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି। ଜିଲ୍ଲା ସଭାପତି ଭାବେ ଯୁବନେତା ପିଣ୍ଟୁ ମାଇତି ପୁନର୍ବାର ମନୋନୀତ ହୋଇଛନ୍ତି।

ସେହିପରି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ସାମନ୍ତ ଶେଖର ପାଲ, ସୁମନ୍ତ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମୋହିତ ବିଶୋଇ, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, କାର୍ଯ୍ୟକାରୀ ସଭାପତି ଶିବ ସିଂ, ଲକ୍ଷ୍ମଣ ଟୁଡୁଙ୍କୁ ଅବସ୍ଥାପିତ କରାଯାଇଛି। ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ଭାବେ ଚନ୍ଦନା ଦାସ, ଓବିସି ଶାଖା ସଭାପତି ରାକେଶ ବେହେରା, କୁଡୁମୀ ଶାଖା ସଭାପତି ଜି.ଏସ.ମାଇକେଲ ମହାନ୍ତ, ସଂଖ୍ୟାଲଘୁ ଶାଖା ସଭାପତି ରମଜାନ ବେଗ, ଜିଲ୍ଲା ଯୁବଶାଖା ସଭାପତି ମାନସ ବେହେରା, ଛାତ୍ରଶାଖା ସଭାପତି ସୌମ୍ୟରଂଜନ ମିଶ୍ରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏହି ଅବସରରେ ବାମନଘାଟି ଉପଖଣ୍ଡ ସଭାପତି ରୂପେ ସୌମିତ ବଳ, ପାଞ୍ଚପିଢ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତ, କପ୍ତିପଦା ଉପଖଣ୍ଡ ନିମନ୍ତେ ରବିନ ମହାନ୍ତି ଏବଂ ବାରିପଦା ଉପଖଣ୍ଡ ପାଇଁ ଜ୍ୟୋତିରଞ୍ଜନ ପୃଷ୍ଟି(ଜିଲ୍ଲା ମୁଖପାତ୍ର,ଅତିରିକ୍ତ ଦାୟିତ୍ୱ) ମନୋନୀତ ହୋଇଛନ୍ତି। ଜିଲ୍ଲା ସଂଯୋଜକ ଭାବେ ଜିତେନ୍ଦ୍ର ହେମ୍ବ୍ରମ, ଯୁବଛାତ୍ର ସଂଯୋଜକ ଏସ.କେ.ରାଜାଖାନ, ଜିଲ୍ଲା ସଂଗଠନ ସମ୍ପାଦକ ଧନଞ୍ଜୟ ସାହୁ, ସହର ସଭାପତି ଭାବେ ବାରିପଦା ପାଇଁ ପ୍ରୀତମ ପଣ୍ଡା, ରାଇରଙ୍ଗପୁର ପାଇଁ ମୃତ୍ୟୁଞ୍ଜୟ ସାନ ଡାଙ୍ଗୁଆଙ୍କ ନାମ ଘୋଷଣା କରାଯାଇଛି। ଏଥି ସହିତ ପୂର୍ବରୁ ଥିବା ଭଞ୍ଜସେନା ଏବଂ ଭଞ୍ଜସେନା ଆଦିବାସୀ ଶାଖା ବ୍ଲକ ସଭାପତି ମାନଙ୍କର ଦାୟିତ୍ୱ ଅବ୍ୟାହତ ରହିବାନେଇ ସୂଚନା ପ୍ରଦାନ କରାଯାଇଛି |

ସମ୍ବନ୍ଧିତ ଖବର