ବାରିପଦାରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ହେବ ପିଟିସନ୍, ଭଞ୍ଜସେନା ପକ୍ଷରୁ ଆଗତ ହେବ

ବାରିପଦା : ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟରେ ପିଟିସନ ଆଗତ ହେବା ନେଇ ପ୍ରସ୍ତୁତି ସରିଛି। ମୟୂରଭଞ୍ଜର ଅଗ୍ରଣୀ ସଂଗଠନ ଭଞ୍ଜସେନା ଏବଂ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଯୁବ ଆଇନଜୀବୀ ଆକାଶ ଶର୍ମା ଏନେଇ ଆସନ୍ତା ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଏହାକୁ ଆଗତ କରିବେ। ଜରୁରୀ ସ୍ଥିତିରେ ଏହାକୁ ଶୁଣାଣୀ କରିବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏନେଇ ଅନୁରୋଧ କରାଯିବ। ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ମାତ୍ର ପରମ୍ପରା ଏବଂ ଐତିହ୍ୟ ଦୃଷ୍ଟିରୁ ଅନନ୍ୟ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ନିମନ୍ତେ ଅନୁମତି ନଦେବା ପକ୍ଷପାତିତା ନିଶ୍ଚୟ। ତେଣୁ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟ ଗତବର୍ଷ ଜୁନ ୯ରେ ଦେଇଥିବା ରାୟ ଆଧାରରେ ବାରିପଦାରେ ବିନା ଭକ୍ତରେ ୧୪୪ ଧାରା ଜାରି କରାଯାଇ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ପ୍ରାର୍ଥନା କରାଯିବବୋଲି ଆଇନଜୀବୀ ଆକାଶ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର