ରାଇରଙ୍ଗପୁର: ଆଦିବାସୀ ବହୁଳ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାର ୪ ଗୋଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ଅନ୍ୟତମ ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ। ତା’ସତ୍ୱେ ବିକାଶର ପାଦ ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ। ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧିଙ୍କ ଅପାରଗତା ତଥା ସାଧାରଣ ଜନତାଙ୍କ ମୌନବ୍ରତ ଯୋଗୁଁ ଏହି ଉପଖଣ୍ଡରେ ଆଜି ମୌଳିକ ସମସ୍ୟା ସମାଧାନ କରିବା ପାଇଁ ରାଜରାସ୍ତାକୁ ଓହ୍ଳାଉଛି ଭଞ୍ଜସେନା। ଏଣୁ ମୟୂରଭଞ୍ଜର ଯୁବଛାତ୍ର ସଂଗଠନ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଯୁବ ସଂଗଠକ ବିଘ୍ନେଶ୍ୱର ବାସ୍କେ, ଚନ୍ଦନ ବାସ୍କେ, ରାମଚନ୍ଦ୍ର ମାରାଣ୍ଡୀ, ଖିଦୁ ମାରାଣ୍ଡୀ ପ୍ରମୁଖ ଏକ ୧୨ ଦଫା ସମ୍ବଳିତ ଦାବିପତ୍ରରେ ସ୍ଵାକ୍ଷର କରି ବାମନଘାଟି ଉପଖଣ୍ଡ ପ୍ରଶାସନ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରେରଣ କରାଯାଇଛି।