ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଗତ ସୋମବାର ଧରମ ପୁଅ ବାପାକୁ ହୋଟେଲରେ ମଦ ପିଆଇ ହତ୍ୟା କରିବା ପରେ ଘରକୁ ଯାଇ ଧରମ ମା’କୁ ହତ୍ୟା କରିବା ସହ ତାଙ୍କ ଝିଅକୁ ଦୁଷ୍କର୍ମ କରି ଫେରାର ହୋଇଯିବାର ଲୋମଟାଙ୍କୁରା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2018/07/00-2-300x241.jpg)
ତେବେ ଏହି ହତ୍ୟା ଘଟଣାରେ ମଙ୍ଗଳବାର ଭିନ୍ନ ମୋଡ ଦେଖା ଦେଇଛି। ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍ ବବୁଆର କହିବାନୁସାରେ, ବାପା ମାଆଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ସେ ପ୍ରଥମେ ତାର ବାପାକୁ ହତ୍ୟା କରିବା ପରେ ଧରମ ମା’ ଭକ୍ତିଲତାଙ୍କୁ ବି ହତ୍ୟା କରିଥିବା କହିଛିି । ସେ ଛୋଟ ପିଲା ଥିବା ବେଳେ ମୃତକଙ୍କ ପରିବାର, ବିଭିନ୍ନ କାରଣକୁ ନେଇ ତାଙ୍କ ବାପା ଓ ମାଆଙ୍କୁ ମାରପିଟ କରିଥାନ୍ତି । ସେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ଏହାପରଠାରୁ ସେ ମୃତକ ପରିବାର ଉପରେ ପ୍ରତିଶୋଧ ନେବ ବୋଲି ସ୍ଥିର କରି ନେଇଥିଲା। ଛୋଟ ପିଲା ଥିବାରୁ ପ୍ରତିଶୋଧ ନେଇ ନପାରିବାରୁ ମୃତକଙ୍କ ପରିବାର ସହିତ ସଂପର୍କ ରଖିଥିଲା । ଯାହାର ସୁଯୋଗ ନେଇ ସେ ଅନେକ ସମୟରେ ସେମାନଙ୍କ ହତ୍ୟା କରିବା ପାଇଁ ଉଦ୍ୟମ କରି ଥିଲେ ହେଁ ବିଫଳ ହେଉଥିଲା।
ଭଦ୍ରକ ପୁଲିସ ତନାଘନା ପରେ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍ ବାବୁଆକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିିଛି। ସେ କେବଳ ତା’ର ଧରମ ମା’ ନୁହେଁ, ଧରମ ବାପକୁ ମଧ୍ୟ ହତ୍ୟା କରି ଗାଁ ନିକଟରେ ଶବ ଲୁଚାଇ ରଖିଥିବା ମଧ୍ୟ ସ୍ୱୀକାର କରିଥିବା ନେଇ ଭଦ୍ରକ ଏସ୍ପି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2018/07/BDK-300x185-1-300x185.jpg)
ତେବେ ଗତକାଲି ପୀଡିତା ଦେଇଥିବା ବୟାନ୍ ଅନୁଯାୟୀ, ଅଭିଯୁକ୍ତ ଗୋପୀନାଥ ଟଙ୍କା ଲୋଭରେ ଏପରି କରିଛି। କାରଣ ପୀଡିତା ବାପା ଆଲମାରିରେ ଦୁଇଲକ୍ଷ ଟଙ୍କା ରଖିଥିବା ଗୋପୀନାଥ ଦେଖିଥିଲା। ଧରମ ଭଉଣୀଙ୍କୁ ଦୁଷ୍କର୍ମ କରି ଭକ୍ତିଲତାଙ୍କୁ ହତ୍ୟା କରିବା ପରେ ସେ ଅଲମାରି ବି ଭାଙ୍ଗିବାକୁ ଚେଷ୍ଟା କରୁଥିବା ସମୟରେ ପୀଡିତା ତା’ର ଦାଦାଙ୍କୁ ଯାଇ ଘଟଣା ସମ୍ପର୍କରେ ଜଣାଇବାରୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଅନ୍ୟପଟେ ଗୋପୀନାଥ ପ୍ରେମ ଓ ଟଙ୍କା ଲୋଭରେ ଏପରି କରିଥିବା ଆଲୋଚନା ହେଉଛି।
ତେବେ ବି ଗୋପୀନାଥ ଏଭଳି ଜଘନ୍ୟ କାଣ୍ଡ କାହିଁକି ଘଟାଇଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଏହି ଡବଲ୍ ମର୍ଡ଼ର ଓ ଦୁଷ୍କର୍ମ ମାମଲାର ରହସ୍ୟ ଭେଦ କରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ବୋଲି ଏସ୍ପି ବାତୁଲ ଗଙ୍ଗାଧର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/1111-2-750x430-1.jpg)