ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଏଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ ସେ ଭୀମକୁଣ୍ଡକୁ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳରେ ପରିଣତ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି କରି ମୁଖ୍ୟମନ୍ତ୍ରୀଙ୍କୁ ମାସେ ମଧ୍ୟରେ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଏହାକୁ ସପ୍ତାହେ ମଧ୍ୟରେ ଅନୁମୋଦନ କରିଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହି ପର୍ଯ୍ୟଟନସ୍ଥଳର ବିକାଶ ହେଲେ ସ୍ଥାନୀୟ ଯୁବକମାନେ ରୋଜଗାର ପାଇବେ। ଅନ୍ୟାନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରି ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ସେହିପରି ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏମ୍‌ବିକେ ଓ ସିଆର୍‌ପିଙ୍କ ପାଇଁ ଅଧିକ ଦରମା ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

Advertisment

୬ ମାସ ମଧ୍ୟରେ ସେ ପୁଣି ଆସିବେ। ସେତେବଳେକୁ ଭୀମକୁଣ୍ଡ ସମେତ ସ୍ଥାନୀୟ ଅଞ୍ଚଳର ମଠ, ମନ୍ଦିର, ମସଜିଦ୍‌ ଗୁଡ଼ିକର ରୂପାନ୍ତରିତ ହୋଇଯାଇଥିବ ବୋଲି ଶ୍ରୀ ପାଣ୍ଡିଆନ କହିଥି‌ଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି ନିତିନ କୁଶଲକର ଡାଗଡୁ, ଡିଏଫ୍‌ଓ ଏଚ୍‌ଡି ଧନରାଜ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡିଓ ଶିବଶଙ୍କର ମୁର୍ମୁ, ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ, ଘଟଗାଁ ଥାନା ଅଧିକାରୀ ପ୍ରତିଭା ସାହୁ, ସାହାରପଡ଼ା ବିଡିଓ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମିସନ ଶକ୍ତିର ପ୍ରାୟ ୨୦ ହଜାର ମହିଳାଙ୍କ ସମାଗମ ହୋଇଥିଲା।