କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବନବିଭାଗ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି । ନୌଯାତ୍ରା ପାଇଁ ବୋଟ ଭଡା ୨୦୦୦ ରୁ ୨୫୦୦ ଟଙ୍କା ବଦଳରେ ୬୦୦୦ ରୁ ୮୦୦୦ ଜୋର ଜବରଦସ୍ତ ନେଉଛନ୍ତି। ଅଧିକ ଟଙ୍କା ନଦେଲେ ବୋଟ ମିଳୁ ନାହିଁ । ଆଉ ଏହି ଟଙ୍କା ଅଦାୟ ପାଇଁ କିଛି ଦଲାଲ ନିଯୁକ୍ତି ହୋଇଛନ୍ତି । ଯାହାଙ୍କ ମାଧ୍ୟମରେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହୋଇଛି। କିଛି ପର୍ଯ୍ୟଟକ ଏତେ ପରିମାଣର ଟଙ୍କା ଦେଇ ନପାରିବାରୁ ସେମାନଙ୍କୁ ଫେରିବାକୁ ପଡ଼ୁଛି।

Advertisment

publive-image

ସୂଚନାଯୋଗ୍ୟ, ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ରାଜନଗର ବ୍ଲକର ଗୁପ୍ତି ଓ ଖୋଳା ଠାରେ ଜଳପଥର ସୁବିଧା ରହିଛି । ବନବିଭାଗ ପକ୍ଷରୁ ୪ ଟି ଆଇସିଜେଡଏମପି ତରଫରୁ ୭ ଟି ଓ ୫୦ ରୁ ଊର୍ଧ୍ୱ ବେସରକାରୀ ବୋଟ ରହିଛି । ଏହି ବୋଟଗୁଡିକର ଭଡା ୨୦୦୦ ଟଙ୍କା ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହେବା କଥା ଯାହାର ରେଟ ଚାର୍ଟ ମଧ୍ୟ ବନବିଭାଗ ତରଫରୁ ଲଗାଯାଇଛି । ମାତ୍ର ୬୦୦୦ ରୁ ୮୦୦୦ ପର୍ଯ୍ୟନ୍ତ ଅଦାୟ କରୁଥିବା ଏହି ଦଲାଲ ମାନେ କିଏ ଯାହା ଆମ ଷ୍ଟିଙ୍ଗ ଅପରେସନ ରୁ ଜଣାପଡିଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ମୁହଁ ଖୋଲି ନାହାନ୍ତି।