ଭୋଗରାଇ: ତିନି ଦଫା ଦାବି ନେଇ ଭୋଗରାଇ କଂଗ୍ରେସ ପକ୍ଷରୁ ଆଜି ଭୋଗରାଇ ବ୍ଲକ ସମ୍ମୁଖରେ କଂଗ୍ରେସର ଗଣ ସତ୍ୟାଗ୍ରହ ଜାରି ରହିଛି | ଭୋଗରାଇ କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ଗଣ ସତ୍ୟାଗ୍ରହ କରିଛନ୍ତି | କଂଗ୍ରେସ ନେତା ସତ୍ୟଶିବ ଦାସଙ୍କ ନେତୃତ୍ୱରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି | ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତା ନେଇ ନେଇ ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ | ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟଙ୍କୁ ସାମିଲ କରିବା ପ୍ରସଙ୍ଗରେ ଭୋଗରାଇ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି |

Advertisment

publive-image

ଏହି ଗଣ ସତ୍ୟାଗ୍ରହରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଯୋଗ ଦେବା ସହ ପଂଚାୟତ ତାଲିକାରେ ନାମ ଘୋଷଣା ହୋଇଥିଲେ ବି ବ୍ଲକରେ କେମିତି ନାମ କଟିଲା ତାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି | ଭୋଗରାଇ ବ୍ଲକରେ ଶତାଧିକ ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ବାଦ ପଡିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି | ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି |