ବାଲିଅନ୍ତା: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବାଲିଅନ୍ତା ଅଞ୍ଚଳକୁ ପଦଯାତ୍ରାରେ ଆସି ଲୋକଙ୍କ ସମସ୍ୟା ବୁଝିବା ସହ ଏକ କୋଠଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଚିଙ୍ଗୁଡ଼ିଆ ଛକଠାରୁ ବିଜେପି କର୍ମୀ ପଦଯାତ୍ରାରେ ବାହାରି ବୁଢ଼ାଳ ଓ ସୁବାଲୋ ଗ୍ରାମ ପରିକ୍ରମା କରି ସାନ ବଇଁଚୁଆରେ ପହଞ୍ଚିଥିଲେ । ସାନବଇଁଚୁଆ ଗ୍ରାମରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏକ କୋଠଘରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଏନେଇ ଏଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

Advertisment

ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା , ସିଦ୍ଧେଶ୍ବର ନାଥ , ସମିତି ସଭ୍ୟା ରାଜଲକ୍ଷ୍ମୀ ନାଥ , ବସନ୍ତ ନାୟକ , ମାଗୁଣୀ ସେଠୀ , ଶିବ ମଲ୍ଲୀକ , ମଣ୍ଡଳ ସଭାପତି ବେଣୁଧର ପରିଡ଼ା , ତାପସ ଜେନା ପ୍ରମୁଖ କର୍ମକର୍ତା ଯୋଗ ଦେଇଥିଲେ । ଶିବ ମଲ୍ଲୀକ ସଭାପତିତ୍ବ କରିଥିବା ବେଳେ ମଣ୍ଡଳ ସଭାପତି ସଞ୍ଜୟ ପରିଡ଼ା ଧନ୍ୟବାଦ ଦେଇଥିଲେ ।

ସମିତି ସଭ୍ୟା ଶ୍ରୀମତୀ ନାଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଞ୍ଚଳର ଜନକଲ୍ୟାଣ କାର୍ଯ୍ୟ ସଂପାଦନ ଲାଗି ଲୋକମାନେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ପଞ୍ଚାୟତରେ ଜନଶୁଣାଣୀ କରି ସମସ୍ୟାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।