ଭିଡିଓ ଦେଖନ୍ତୁ: ଲୁହାଭିଜା ଆଖିରେ ମା’ କହିଲେ- ପିଣ୍ଡ ବୁଡାଇ ରୋଜଗରିଆ ପୁଅ ଚାଲିଗଲା, ହାଡ଼ ମାଂସ ଖଣ୍ଡେ ମିଳିଲେ ଗଙ୍ଗାରେ ବିସର୍ଜନ କରିବୁ

ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା

ଆସିକା: ଲୋକଙ୍କ ଉପସ୍ଥିତରେ ପ୍ରତୀକାତ୍ମକ ଶବ ସତ୍କାର ହେଲା ତଥାପି ମନରେ ଥିଲା କାଳେ ପୁଅ ଫେରିବ କିନ୍ତୁ ଆଜି ସବୁ ମଉଳି ଗଲା। ଆଜି ଫୋନ ଆସି ଯେତେବେଳେ ମିଳିଥିବା ମାଂସ ଖଣ୍ଡ ସୀମାଞ୍ଚଳ ପରିଡାର ବୋଲି କୁହାଯାଇଛି। ପରିବାର ସମ୍ପୂର୍ଣ୍ଣ ହତବାକ ହୋଇଯାଇଛି। ଛଅ ଝିଅରେ ଗୋଟିଏ ପୁଅ, ପଛରେ ଆସିଲା ଆଗେ ଚାଲିଗଲା, ବହୁ ଖୋଜି ମନ୍ଦିର ପୁଜି ଆଣିଥିଲି। କିନ୍ତୁ ସମସ୍ତଙ୍କୁ ପର କରି ସବୁ ଦିନ ପାଇଁ ଚାଲିଗଲା। ଆମର ପିଣ୍ଡ ବୁଡାଇ ଦେଇ ଚାଲିଗଲା। କେମିତି ପୁଅ ବିନା ବଂଚିବୁ। ଘର କେମିତି ଚଳିବି। ବୁଢା ବୁଢ଼ୀ ବୟସରେ ରୋଜଗରିଆ ଏକ ମାତ୍ର ପୁଅକୁ ହରାଇଥିବା ମା’ର କଥା। ହାଡ ମାଂସ କିଛି ଦେଲେ ତାକୁ ଗଙ୍ଗା ବିସର୍ଜନ କରି ବୁ ତାକୁ ମୁକ୍ତି ମିଳିବ। ଭଗବାନଙ୍କ ଦୁନିଆର ଅଜବ ନିୟମ ଲୁହ ଛଳ ଆଖିରେ ମୃତ ସୀମାଞ୍ଚଳଙ୍କ ମା’ ମାଲ ପରିଡାଙ୍କ ଅଶ୍ରୁଭରା କଥା।

ଡିଏନଏ ଟେଷ୍ଟ ଆଜି ଖବର ମିଳିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ସୀମାଞ୍ଚଳର ଦୁଇ ପୁଅ ଝିଅ କିଭଳି ମଣିଷ ହୋଇ ଛିଡା ହେବେ ଏବେ ଏହି ପରିବାର ପାଇଁ ସବୁ ପ୍ରଶ୍ନବାଚୀ। ସୀମାଞ୍ଚଳ କୋଲକତାରେ ରହୁଥିଲା ଦୁର୍ଘଟଣା ପୂର୍ବଦିନ ଭୁବନେଶ୍ୱର ଆସିଥିଲା ଓ ପେଟ୍ରୋଲ ପମ୍ପରେ କାର୍ଯ୍ୟରେ ଲାଗିଥିଲା। ବିସ୍ପୋରଣରେ ସୀମାଞ୍ଚଳର ମୃତ୍ୟୁ ହୋଇଥିବା ପରିବାର ଲୋକ ଗ୍ରହଣ କରିବା ସହିତ ଗତକାଲି ଗ୍ରାମରେ ତାର ପ୍ରତୀକ ଶବ ସତ୍କାର କରିଛନ୍ତି। ମୃତ୍ୟୁ ହୋଇଛି। ଏହା ପରିବାର ଲୋକ ମାନି ନେଇଛନ୍ତି।

ମୃତଦେହ ପରିବର୍ତେ ନଡ଼ାରେ କୁଶ ପୁତୁଳିକା କରି ସୀମାଞ୍ଚଳର ପୋଷାକ ପିନ୍ଧାଇ ଏକ ଶୋକାକୁଳ ପରିବେଶରେ ତାର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଏକ ହୃଦୟ ବିଦାରକ ଥିଲା ସ୍ଥିତି। ଘର ଲୋକଙ୍କଯ କାନ୍ଦ ବୋବାଳିରେ ଘର ଫାଟି ଉଠୁଛି। ପରିବାର ଲୋକ ଓ ସମ୍ପର୍କୀୟ ଦୁର୍ଘଟଣା ଦିନ ଠାରୁ ଗତକାଲି ପର୍ଯ୍ୟନ୍ତ କଟକ ଭୁବନେଶ୍ୱରର ସବୁ ସରକାରୀ ଓ ବେସରକାରୀ ହସ୍ପିଟାଲ ବୁଲି ସୀମାଞ୍ଚଳର ସନ୍ଧାନ କରିଥିଲେ। କିଛି ପାଇଲେ ନାହିଁ। ଘଟଣାସ୍ଥଳରେ ସୀମାଞ୍ଚଳର ପର୍ସ ଓ ଫୋଟୋ ପଡିଥିବା ଜାଣିଲେ, ଖଣ୍ଡ ବିଖଣ୍ଡିତ ଶରୀର ଅଂଶ ଏଣେ ତେଣେ ପଡିଥିବା ଓ ପୁଲିସ ସେ ଗୁଡିକ ସଂଗ୍ରହ କରୁଥିବା ଦେଖିଲେ। ଏହା ପରେ ସୀମାଞ୍ଚଳ ଆଉ ନଥିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର