ବିବାଦର ଅନ୍ତ: ପୁଣି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ, ଡିସେମ୍ବର ପହିଲାରେ ଶୁଭଖୁଣ୍ଟି ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଯାତ୍ରା ପାଇଁ କିଛି ଦିନ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଗୁରୁବାର ଶେଷ ହୋଇଛି। ଭୁବନେଶ୍ୱର ପ୍ରଧାନ ପୁଣି ଥରେ କଂସ ଭୂମିକାରେ ଅଭିନୟ କରିବେ। ବରଗଡ଼ ଜିଲ୍ଲପାଳ ତଥା ଧନୁଯାତ୍ରା କମିଟିର ସଭାପତି ଜ୍ୟୋତିରଂଜନ ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି। ଧନୁଯାତ୍ରା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଭାପତି କହିଛନ୍ତି ଯେ, ଡିସେମ୍ବର ୧ରେ ୭୧ତମ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯିବ। ଚଳିତ ବର୍ଷ କଂସଙ୍କ ସମେତ ଅନ୍ୟ କୌଣସି କଳାକାରଙ୍କ ବଦଳି ହେବ ନାହିଁ।

ସୂଚନାଯୋଗ୍ୟ ଚଳିତ ବର୍ଷର ଧନୁଯାତ୍ରା ଡିସେମ୍ବର ୩୧ରେ ଆରମ୍ଭ ହେବ। ଏହା ପୌଷ ପୂର୍ଣ୍ଣିମା ଅବସରରେ ଜାନୁଆରି ୧୦ରେ ଶେଷ ହେବ।

ସୂଚନାଯୋଗ୍ୟ ଗତ ନଭେମ୍ବର ୨ରେ ଧନୁଯାତ୍ରା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ଚଳିତ ବର୍ଷ କଂସ ସମେତ ଅନ୍ୟ କଳାକାରଙ୍କ ନୂଆଁ ଲୋକଙ୍କୁ ଚୟନ କରାଯିବ। ଆବେଦନ ପାଇଁ ନଭେମ୍ବର ୧୬କୁ ଅନ୍ତିମ ତାରିଖ ରଖାଯାଇଥିଲା। ବୈଠକ ପରେ ଏହାକୁ କଂସ ଭୁବନେଶ୍ୱର ପ୍ରଧାନ ସମେତ ଅନ୍ୟମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ। କାରଣ ବର୍ତ୍ତମାନର କଳାକାରମାନେ ୩ ବର୍ଷ ପାଇଁ ଚୟନ ହୋଇଥିଲେ। ସେମାନଙ୍କର କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ବର୍ଷରୁ ନିୟମ ଭଙ୍ଗ କରାଯାଇଥିବାରୁ କଳାକାରମାନେ କମିଟିର ନିଷ୍ପତ୍ତିକୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର