ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ସୋନପୁର ମୂଖ୍ୟ ରାସ୍ତା ବିନିକା ସହର ଖଦାଲପଡ଼ା ପାଖରେ  ମିନି ଟ୍ରକ ଧକ୍କାରେ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ସାଇକେଲ ଆରୋହୀ ବିନିକା ସହର ୯ ନମ୍ବର ୱାଡ଼ ପାଲିପଡା ଗୋବିନ୍ଦ ରାଜହଂସ (୩୩)। ସାଇକେଲରେ ନିଜ ଘରକୁ ଫେରୁଥିଲା ସମୟରେ ପଛପଟୁ ଦ୍ରୁତଗତିରେ ଏକ ଟ୍ରକ ଧକ୍କାଦେବାରୁ ଘଟଣାସ୍ଥଳରେ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଟ୍ରକ ଧକ୍କା ଦେଇ ଦ୍ରୁତ ଗତିରେ ସୋନପୁର ପଟକୁ ଚାଲିଯାଇଥିଲା। ପୁଲିସ ସିସିଟିଭି ଫୁଟେଜରୁ ଗାଡ଼ି ନମ୍ବର ପାଇ ଥିଲା। ଗାଡ଼ିକୁ ପିଛା କରି ଏହା ଜବତ କରିଥିଲା। ଏହି ଘଟଣା ପ୍ରଚାର ହେବାପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହି ରହିଥିଲା।

Advertisment

ତେବେ ବିନିକା-ସୋନପୁର ମୂଖ୍ୟରାସ୍ତାକୁ ଉତ୍ତେଜିତ ଲୋକେ ପୂରା ସିଲ କରି ଦେଇଥିଲେ। ସୋନପୁର ଥାନାରେ ପୁଲିସ ପକ୍ଷରୁ ମିନିଟ୍ରକ, ଡ଼୍ରାଇଭର ଓ ହେଲପରଙ୍କୁ ଅଟ ରଖି ତଦନ୍ତ ଜାରି ରଖିଥିବା ସହ ଘଟଣାସ୍ଥଳରେ ପୁଲିସ ମୁତୟନ କରି ଥିବା ସୋନପୁର ଏସଡ଼ିପିଓ ପୁଷ୍ପାଞ୍ଜଳି ନିଙ୍ଗି ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ରୁପକ କୁଜୁର, ବିନିକାଥାନା ଭାରାପ୍ରାପ୍ତ ଅଧିକାରୀ କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ଆସୁ ବୁଝାମଣା କରିଥିଲେ।