ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଯମୁନାପଶି ଗ୍ରାମର ଗୁଞ୍ଜର ନାୟକ (୭୯)ଙ୍କ ପରଲୋକ ଘଟିଛି। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ବିଜୁ ଜନତା ଦଳର ଜଣେ ସଂଗଠକ ଥିଲେ। ଖବର ପାଇ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ।

Advertisment

ତାଙ୍କ ଶବକୁ କାନ୍ଧରେ ବୋହି ଶ୍ମଶାନକୁ ନେଇଥିଲେ। ସେହିପରି ବ୍ଲକ୍‌ ଅଧ୍ୟକ୍ଷା ସୁକାନ୍ତି ନାୟକ, ଯମୁନାପଶି ସରପଞ୍ଚ ଶଶୀଭୂଷଣ ନାୟକ, ରତନ ସେଠୀ ପ୍ରମୁଖ ତାଙ୍କ ଶେଷଦର୍ଶନ କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।