କୁଚିଣ୍ଡା: ଗତ ୨୩ରୁ ୨୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୬୦ ଘଣ୍ଟାରୁ ଅଧିକ ସମୟ ଲସା ଗ୍ରିଡ୍ରୁ ଗୁଣ୍ଡୁରୁଚୁଆଁକୁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଥିଲା। ଫଳରେ ସମଗ୍ର ଅଞ୍ଚଳବାସୀ ଅନ୍ଧାରରେ ରହିବା ସହ ପାଣି, ମୋବାଇଲ, ଇଣ୍ଟରନେଟ ଆଦି ସେବାରୁ ବଞ୍ଚିତ ହୋଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ତେବେ ଏ ସଂପର୍କରେ ମଙ୍ଗଳବାର ଦୈନିକ ‘ସମ୍ବାଦ’ ସମେତ ଅନ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟୁତ୍ ବିଭାଗ ପଦକ୍ଷେପ ନେଇଥିଲା।
ଆଜି ଟିପିଡବ୍ଲୁଓଡିଏଲ୍ର କୁଚିଣ୍ଡା ଏସଡିଓ ସୁବ୍ରତ ପଣ୍ଡା, ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ତତ୍ତ୍ବାବଧାନରେ କର୍ମଚାରୀମାନେ ଫଲ୍ଟ ମରାମତି କରି ସନ୍ଧ୍ୟାରେ କେବଳ ଗୁଣ୍ଡୁରୁଚୁଆଁକୁ ବିଦ୍ୟୁତ ଯୋଗାଣ ଆରମ୍ଭ କରିଛନ୍ତି। ଅଭ୍ୟନ୍ତରୀଣ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ପାଇଁ ସଜଡ଼ା ଚାଲିଥିବା ଅଧିକାରୀମାନେ ଦର୍ଶାଇଛନ୍ତି। ପ୍ରବଳ ବର୍ଷା ସାଙ୍ଗକୁ ରାସ୍ତାରେ ଯୋଗାଯୋଗ ବିଛିନ୍ନ କାରଣରୁ ବିଳମ୍ବ ହେଉଥିବା ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/13-18.jpg)