ମାଲକାନଗିରି : ମାଲକାନଗିରି ସଦରର ମହକୁମାସ୍ଥିତ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ ନିକଟରେ ଏକ ବିରାଟ ରସପିଲ ଭାଇପରକୁ ଉଦ୍ଧାର କରାଯାଇଛି।ଡିଏନକେ ରାସ୍ତା ପାର ହୋଇ ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟ ଆଡକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହି ସାପକୁ ଦେଖି ଆତଙ୍କିତ ହୋଇପଡିଥିଲେ।ତୁରନ୍ତ ସ୍ନେକ ହେଲପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ ଏବଂ ବିଭୁତିଭୁଷଣଙ୍କୁ ଡକାଇବା ପରେ ସେମାନେ ଏହି ସାପକୁ କାବୁ କରିଥିଲେ ।

Advertisment

publive-image

ସାପଟି ଚାରିଫୁଟର ହୋଇଥିବା ବେଳେ ପ୍ରାୟ ୫ କିଲୋରୁ ଉର୍ଦ୍ଧ୍ବ ଓଜନ ରହିଛି।ଖାଦ୍ୟ ଅନ୍ବେଷଣରେ ସାପମାନେ ଗ୍ରାମ ଏବଂ ସହର ମୁହାଁ ହେଉଥିବା କୁହାଯାଇଛି।ଜଂଗଲରେ ଖାଦ୍ୟର ଅଭାବ ରହିଥିବାରୁ ଲଗାତାର ବିଷାକ୍ତ ସାପ ସହ ବିରାଟକାୟ ଅଜକର ଭଳି ସାପ ସହରରେ ପଶୁଛନ୍ତି।ମାଲକାନଗିରି ସାପର ପେଣ୍ଠସ୍ଥଳୀ ହୋଇଥିବାରୁ ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାର ସାପକୁ ଉଦ୍ଧାର କରାଯାଉଛି।ଏହି ସାପଟିକୁ ଉଦ୍ଧାର ପରେ ଜଂଗଲରେ ଛାଡି ଦିଆଯାଇଛି।