ସମିତିସଭ୍ୟଙ୍କ ବିରୋଧରେ ବିଜୁ ପକ୍କା ଘର ଜାଲିଆତି ଅଭିଯୋଗ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ଦେଉଳି ପଂଚାୟତର ଜଣେ ସମିତି ସଭ୍ୟାଙ୍କ ବିରୋଧରେ ଚଂଚକତା କରି ବିଜୁ ପକ୍କାଘର ଓ ବିପିଏଲ୍ କାର୍ଡ ହାସଲ କରିଥିବା ଡଙ୍ଗରପଡ଼ା ଗାଁର କେତେକ ଲୋକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀଙ୍କ କହିବାନୁସାରେ, ସମିତି ସଭ୍ୟା ଜଣକ ନିଜ ବିଧବା ଶାଶୁଙ୍କୁ ପରିବାର ମୁଖ୍ୟ ଭାବେ ଦର୍ଶାଇ ବେଆଇନ ଭାବେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ହଡ଼ପ କରିଛନ୍ତି । ଏପରିକି ତାଙ୍କ ଶାଶୁଙ୍କ ନାମରେ ବିଜୁ ପକ୍କା ଘର ମଧ୍ୟ ପାଇଛନ୍ତି । ତାଙ୍କ ପରିବାରର ସଦସ୍ୟମାନେ ସରକାରୀ ଚାକିରି କରୁଛନ୍ତି । ପୂର୍ବେ ସମିତିସଭ୍ୟାଙ୍କ ଆବେଦନକୁ ସ୍ଥାନୀୟ ଭିଏଲ୍ଡବ୍ଲୁ ସରଜମିନ ତଦନ୍ତ କରିବା ପରେ ନାକଚ କରିଦେଇଥିଲେ । କିନ୍ତୁ ତତ୍କାଳୀନ ଏବିଡିଓ ଏହାକୁ ଅନୁମୋଦନ ଦେଇଥିଲେ ।

ଡଙ୍ଗରପଡ଼ାର ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ପାଇକରାୟଙ୍କ କହିବାନୁସାରେ, ୨୦୧୮-୧୯ରେ ସମିତି ସଭ୍ୟାଜଣକ ଚଚଂକତା କରି ବିଜୁ ପକ୍କା ଘର ନେଇଛନ୍ତି । ଏନେଇ ଲିଖିତ ଭାବେ ବେଗୁନିଆ ବିଡିଓଙ୍କୁ ଜଣାଇଥିଲୁ, କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଏଣୁ ସେମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଏନେଇ ଜଣାଇଛନ୍ତି । ଘଟଣାର ତଦନ୍ତ କରି ତୁରନ୍ତ ସମିତିସଭ୍ୟାଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେମାନେ ଲିଖିତ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର