ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

ବୈପାରିଗୁଡା:  ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ବିଡ଼ିଓ ଅଭିମନ୍ୟୁ କବି ଶତପଥି ଏବଂ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶତପଥି ବିଜୁ ପଟ୍ଟନାୟକଙ୍କ ମହାନ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିବା ସହ ତାଙ୍କର ସ୍ବାଧୀନତା ସଂଗ୍ରାମ ପ୍ରତି ଅବଦାନ, ଓଡ଼ିଆ ଭାଷା ପ୍ରତି ଅଭିମାନ କରିବା ସହ ତାଙ୍କର ଓଡ଼ିଶା ଗଠନ ସ୍ବପ୍ନ ସଂପର୍କରେ ଆଲୋଚନା କରିଥିଲେ। ଏହି ଜୟନ୍ତୀ ପାଳିତ ଅବସରରେ କରୁଣାକର ଶାଗର, ଶିବରାମ ମେହେର, କାର୍ତ୍ତିକ ପାଢ଼ୀଙ୍କ ସହ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

ସେହିପରି ବୈପାରିଗୁଡା ସ୍ଥିତ ବିଜୁ ପାଠାଗାର ଠାରେ ବିଜୁବାବୁଙ୍କ ୧୦୬ ତମ ଜନ୍ମଦିବସ ତଥା ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ବିଶ୍ବଜିତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବିଜେଡି କର୍ମୀ ଯୋଗ ଦେଇଥିଲେ। ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ନବ ଉତ୍କଳର ନିର୍ମାତା ବିଜୁ ବାବୁଙ୍କ ଜୀବନି ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସାଥିରାମ ନାୟକ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ଭାସ୍କର ବେହେରା, ଲକ୍ଷ୍ମୀକାନ୍ତ ପାଢୀ, ପ୍ରଦୀପ କୁମାର ଗୈାଡ, ଜେ.ସୁଧାକର, ଅଶୋକ ଦାସ, ସଦାନନ୍ଦ ମଲ୍ଲିକ, କଂଗ୍ରେସ ମଲ୍ଲିକ, ବୁଲା ସାହୁ, ସୁରେଶ ଦାସ, ବାବୁଲା ମହାନ୍ତି, ରମେଶ ଚେରକି, ଧର୍ମଶକ୍ତି କେନ୍ଦୁ, ମଧୁ ମାଳି, ରିତୁ ଜେନା, ବଳରାମ ଖରା, ଶିବ ଶଗରିଆ, ବାଲାଜୀ ମାଛ, ଡମ୍ବରୁ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଡ଼ାକ୍ତରଖାନାକୁ ପହଞ୍ଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲେ।

ସମ୍ବନ୍ଧିତ ଖବର