ମୟୁରଭଞ୍ଜରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ

ଜିଲ୍ଲା ବିକାଶରେ ବିଜୁ ବାବୁଙ୍କ ଭୂମିକା ଅବିସ୍ମରଣୀୟ

ବାରିପଦା : ମୟୂରଭଞ୍ଜର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦିର ବିକାଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ବ ବିଜୁ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ। ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଏପରି ମତବ୍ୟକ୍ତ କରିଥିଲେ। ବାରିପଦା ନିର୍ବାଚନମଣ୍ଡଳୀସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବିଜେଡି ଜିଲ୍ଲା ସଭାପତି ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ଗୋଲେଇସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଜୁ ଭବନରେ ଶ୍ରୀ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାର ଆୟୋଜିତ ସମାରୋହରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସ‌ରୋଜିନୀ ହେମ୍ବ୍ରମ୍‌, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଅଜେନ ମୁର୍ମୁ, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ  ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଜୋନାଲ୍‌ ଛାତ୍ର ସଭାପତି ଅବଦୁଲ ହବିବ୍‌, ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, କୃଷ୍ଣଚନ୍ଦ୍ର ଦାସ, ପ୍ରଭାତ ନାୟକ, ସରୋଜ ବୋଷ, ଆଇନଜିବୀ କୃଷ୍ଣଚନ୍ଦ୍ର ଦାସ, ସୁବ୍ରତ ଛାଟୋଇ, ମହିଳା ନେତ୍ରୀ କମଳା ତିରିଆ, ଛବି ମାହାଲି ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ଜୀବନୀ ସମ୍ପର୍କରେ ମତ ରଖିଥିଲେ। ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ଉଦଳା, କରଞିଆ, ରାଇରଙ୍ଗପୁରଠାରେ ମହାବିଦ୍ୟାଳୟର ପ୍ରତିଷ୍ଠା ଏବଂ ବାରିପଦାର ତକତପୁର ଠାରେ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠା, ଜିଲ୍ଲାରେ କୃଷିରେ ଜଳସେଚନର ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ବିଜୁ ବାବୁ ୧୯୭୧ ରେ ଉଦଳାରେ କାଳ ଏବଂ ରାଇରଙ୍ଗପୁରରେ ଖଡଖାଇ ଡ୍ୟାମ୍‌ର ଶୁଭ ଦେଇଥିଲେ ଏବଂ ପରେ ସୁନେଇ ଡ୍ୟାମ୍‌ର ଶୁଭାରମ୍ଭ କରିବା ତାଙ୍କର ମୟୁରଭଞ୍ଜ ପ୍ରତି ଭଲପାଇବାକୁ ପ୍ରତିପାଦିତ କରାଇଥିଲେ ବୋଲି ମତପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପାତ୍ର, ସ୍ବରୂପ ଦାସ, ସତ୍ୟରଞ୍ଜନ ପଟ୍ଟନାୟକ, ବିବେକାନନ୍ଦ ମଲ୍ଲିକ, ସୁବ୍ରମଣ୍ୟମ ମହାନ୍ତି, ନାରୀନେତ୍ରୀ ସୀମା ଦାସ, ଶ୍ରାବଣୀ ଦାସ, ସମ୍ପା ମୁଜୁମଦାର, ବୀଣାପାଣି ସାହୁ, ସବିତା ବେହେରା, ଗୀତା ବେହେରା, ପ୍ରଭାତି ପୃଷ୍ଟି, ଭାରତୀ ହାଁସଦାଃ, ଅମର ସେଠୀ, ପୁର୍ଣ୍ଣାନନ୍ଦ ପରିଡା, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ପ୍ରସନ୍ନଜିତ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ନେତା କର୍ମୀ ଯୋଗଦେଇଥିଲେ।

 

ସମ୍ବନ୍ଧିତ ଖବର