ଅଦରକାରୀ ବସ୍ତୁରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଆଇଟିଆଇ ଛାତ୍ରଛାତ୍ରୀ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅଦରକାରୀ ବସ୍ତୁ (ସ୍କ୍ରାପ୍‌)ରୁ ପ୍ରସ୍ତୁତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ତାଙ୍କ ବୀରତ୍ବର ପ୍ରତୀକ ଡାକୋଟା ବିମାନ ସବୁଠି ପ୍ରଶଂସା ସାଉଁଟୁଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଜି ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଏହି କଳାକୃତିର ଉଦଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରିୟବ୍ରତ ପଣ୍ଡା ଓ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ୱାସର୍, ବାଇଟ ଓ ସାଇକେଲ ଚେନ୍ ଏବଂ ଅନ୍ୟାନ୍ୟ ଅଦରକାରୀ ଘରୋଇ ଉପକରଣକୁ ନେଇ ଇଲେକ୍ଟ୍ରିସିଆନ, ଫିଟର ଓ ମେକାନିକାଲ ଟ୍ରେଡ୍ ସମେତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ମିଳିତ ଭାବେ ଏହାକୁ ନିର୍ମାଣ କରିଛନ୍ତି।

ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ପ୍ରାୟ ୮ ଫୁଟ ଓ ଡାକୋଟା ବିମାନର ଉଚ୍ଚତା ୭ ଫୁଟ ଉଚ୍ଚ ଏବଂ ଲମ୍ବ ୨୦ ଫୁଟ ଓ ଓସାର ୨୬ ଫୁଟ ରହିଛି। ଉଦଘାଟନୀ ଉତ୍ସବରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଗୋପବନ୍ଧୁ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର