୧୫୦ରୁ କେବଳ ୩ଟି ‘ବିଜୁ ଗାଁ ଗାଡ଼ି’ ଗଢ଼ୁଛି; ବଳକା ଗାଡ଼ି ଗଲା କୁଆଡେ?

ଜୟପୁର: ରାଜ୍ୟ ସରକାର ସବୁ ମାଓ ଉପଦ୍ରୁତ ଗ୍ରାମାଂଚଳ ସହ ଦୁର୍ଗମ ଗାଁ ଗୁଡିକ ସହ ବ୍ଲକ ସଦରମହକୁମାକୁ ଯୋଡିବା ପାଇଁ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡ଼ି। ଗତ ୨୦୧୫ମସିହାରେ ଜିଲ୍ଲାର ୧୪ଟି ବ୍ଲକର ୨୨୬ଟି ପଂଚାୟତକୁ ବି ଗମନାଗମନର ରାସ୍ତା ସୁଦୃଢ଼ ଥିବା ଦର୍ଶାଇ ୮ଜଣରୁ ୩୨ଜଣ ପର୍ୟ୍ୟନ୍ତ ଯାତ୍ରୀ ନିଆଅଣା କରିବା ପାଇଁ ୧୫୦ଟି ବିଜୁ ଗାଁ ଗାଡ଼ି ଚଳାଯାଇଥିଲା। ଏପରିକି କିଛି ବସକୁ ୫ବର୍ଷିଆ ପକ୍କା ପରମିଟ୍ ଦେବାସହ ରୋଡଟ୍ୟାକ୍ସ ଓ ପରମିଟ୍ ଫି ଆଦି ସରକାରୀ କର ବି ଛାଡ କରାଯାଇଥିଲା। ଯେଉଁ ମହତ ଲକ୍ଷ୍ୟ ନେଇ ଏହି ସେବା ଆରମ୍ଭ କରାଯାଇଥିଲା ତାହା ଏବେ ବାଟବଣା। ଓଏସଆରଟିସିର ବିଜୁ ଗାଁ ଗାଡ଼ି ଯୋଜନାରେ ସାମିଲ ହୋଇଥିବା ୧୬ଖଣ୍ଡ ବସରୁ କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ହିଁ ଚାଳୁଛି।୧୫୦ଟି ଗାଡିରୁ ଏବେ ହାତ ଗଣତି ୩ଟି ଗାଡ଼ି ହିଁ ଗଢ଼ୁଥିବା ସୂଚନା ମିଳିଛି। ବଳକା ୧୪୭ଟି ଗାଡ଼ି ଗାଏବ। ତେବେ ଏହି ଗାଡି ଗୁଡିକ ଗଲା କୁଆଡେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଲୋକେ ପୂର୍ବ ଭଳି ମାଓ ଉପଦ୍ରୁତ ଓ ଦୁର୍ଗମ ଗାଁ ଗୁଡିକର ଲୋକେ ପୁଣି ହଇରାଣ ହରକତ ହୋଇ ସେଭଳି ଅଟୋ କିମ୍ବା ବଲୋରରେ ବିପଦସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି।

ଏପରିକି ଏହି ଯୋଜନାରେ ବସ, ସହ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦିକୁ ବି ସାମିଲ କରାଯାଇଥିଲା। ଏଥିରେ ୨୨୬ଟି ପଂଚାୟତରୁ ୧୭୦ଟି ପଂଚାୟତକୁ ୧୦୯ଟି ବସ ଏବଂ ୫୬ଟି ପଂଚାୟତକୁ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦି ସେବା ଯୋଗାଉଥିବା ଆଂଚଳିକ ପରିବହନ ବିଭାଗର ସାଇଟରେ ଦର୍ଶାଉଛି। ଏପରିକି କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ବିଜୁ ଗାଁ ଗାଡ଼ି ଯୋଜନାରେ ନିଜ ଗାଡ଼ି ଗୁଡିକ ସାମିଲ କରି ଫି ଆଦିରେ ଛାଡ ପାଇବା ସହ ପକ୍କା ପରମିଟ୍‌ ପାଇବା ପରେ ଗାଡ଼ିରେ ଲାଗିଥିବା ଷ୍ଟିକରକୁ ବି ହଟାଇ ଦେଇଛନ୍ତି। ପ୍ରକୃତ ପକ୍ଷେ ଏସବୁ ଠିକରେ ଚାଳୁଛି କି ନାହିଁ, ଏହି ଗାଡ଼ିର ମାଲିକ ମାନେ ଠକାମି କରୁନାହାନ୍ତି ତ ଏହାକୁ ନେଇ ଜିଲ୍ଲାପ୍ରଶାସନ ସମୀକ୍ଷା କିମ୍ବା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଯାଂଚ ବି କରାଯାଉନି।

ବିଜୁ ଗାଁ ଗାଡିକୁ ନେଇ ଜିଲ୍ଲାପ୍ରଶାସନ ଯେଭଳି ତତ୍ପରତା ଦେଖାଇ ବ୍ୟାପକ ଧରପଗଡ଼ କରି ଯାଂଚ କରିଲେ ଅନିମିୟତାତା କରୁଥିବା ଗାଡ଼ି ଗୁଡିକ ଧରାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜୟପୁର ଓଏସଆରଟିସି ଜୋନର କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ଚଳାଚଳ କରୁଛି ବୋଲି କହିଛନ୍ତି ଭାରାପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ। କିଛିଟା ଗାଡ଼ି ଚାଳିଛି, ତେବେ କେତେ ସଂଖ୍ୟାରେ ଚାଳିଛି ତାହା କହିବା ମୁସ୍କିଲ, ଗାଡ଼ି ଗୁଡିକ ପାଉ ନଥିବାରୁ କିଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଂଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ।

ସମ୍ବନ୍ଧିତ ଖବର