ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିଶାଳ ରାଲି ଓ  ମହାସମାବେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବିଶାଳ ରାଲି ସହ ମହା ସମାବେଶର ଆୟୋଜନ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏକ ବିରାଟ ରାଲିରେ ବାହାରି ଡିଏନକେସ୍ଥିତ ପଡିଆରେ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଜୁ ଯୁବ ଓ ଛାତ୍ର ଜନତାର ଶହଶହ କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ.ବ୍ୟୋମକେଶ ରାୟ,ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଂଜନ ତ୍ରିପାଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ସମେତ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା,ସାଂସଦ ରମେଶ ଚନ୍ଦ୍ର ମାଝି,ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ,କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ,ସାଂଗଠାନକ ସଂପାଦକ ନୃସିଂହ ଚରଣ ମହାନ୍ତି,ପୂର୍ବତନ ବିଧାୟକ ମୁକୁନ୍ଦ ସୋଡୀ, ଜିଲ୍ଲା ଯୁବ ସଭାପତି ଆଡମା ରାବା,ଛାତ୍ର ସଭାପତି ତାପସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମାବେଶର ମୁଖ୍ୟ ଲକ୍ଷ୍ୟ ଥିଲା ଏକ ବିକଶିତ ଓଡିଶା ସଶକ୍ତ ଓଡିଶା ଗଠନ କରିବା।ଯୁବକ ଓ ଛାତ୍ରମାନଙ୍କୁ ଏକତ୍ର କରି ସଂଗଠିତ କରିବା ଉଦେଶ୍ୟ ରହିଛି।ତୃଣମୂଳସ୍ତରରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ଆହୁରି ସୁଦୃଢ କରାଯିବ ବୋଲି କୁହାଯାଇଛି।ଆଗାମୀ ଦିନରେ ଯୁବ ଓ ଛାତ୍ର ସଂଗଠନକୁ ଗଠିତ କରି ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ବୋଲି କୁହାଯାଇଛି।ଏହି ଅବସରରେ ମାଲକାନଗିରି ପ୍ରିମିୟମ ଲିଗର ଆନୁଷ୍ଠାନିକ ଉଦଘାଟନ ହୋଇଥିଲା। ଜିଲ୍ଲାସ୍ତରୀୟ ଭଲିବଲ ଏବଂ ପୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି କୁହାଯାଇଛି। ଆଗାମୀ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ନିଜର ସଂଗଠନକୁ ଏକଦମ୍ ମଜବୁତ କରିବାକୁ ଚାହୁଁଛି।ତେଣୁ ବିଜୁ ଯୁବ ଓ ଛାତ୍ର ସଂଗଠନ ଏଥିପାଇଁ ମୁଖ୍ୟ ଭୁମିକା ଗ୍ରହଣ କରିବେ।

ସମ୍ବନ୍ଧିତ ଖବର